ବିଧାୟକ ଙ୍କ ଦ୍ଵାରା ମହାତ୍ମା ଗାନ୍ଧୀ ଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ
ଧରାକୋଟ ଅଞ୍ଚଳରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ୧୫୫ ତମ ପବିତ୍ର ଜୟନ୍ତୀ ଧରାକୋଟ ଅଞ୍ଚଳର ବିଭିନ୍ନ ଶିକ୍ଷା ଅନୁଷ୍ଠାନ ସହ ପୁର ପଲ୍ଲୀରେ ବେସ ଉତ୍ସାହ ର ସହ ପାଳନ ହୋଇଯାଇଛି । ପ୍ରଭାତରୁ ରାମ ଧୁନ ସହ ଛାତ୍ର ଛାତ୍ରୀ ମାନେ ନଗର ପରିକ୍ରମା କରିଥିଲେ । ଆଜିର ପୁଣ୍ୟ ତିଥିରେ ସାନଖେମୁଣ୍ଡି ବିଧାୟକ ରମେଶ ଚନ୍ଦ୍ର ଜେନା ଙ୍କ ଦ୍ଵାରା ବାହାରପୁର ପଞ୍ଚାୟତ ଅନ୍ତର୍ଗତ ବାଖରକଟା ଗ୍ରାମରେ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ ହୋଇଥିଲା। ଏହି ଅବସରରେ ପୂର୍ବତନ ସରପଂଚ ଶତ୍ରୁଘ୍ନ ଗୌଡ଼,ପ୍ରସନ୍ନ ପ୍ରଧାନ,ନିରଞ୍ଜନ ଛାଟୋଇ ଓ ମୁଣ୍ତମରାଇ ସମିତି ସଭ୍ୟା ମାନିନୀ ପାତ୍ର ଙ୍କ ସମେତ ଶତାଧିକ ଗାନ୍ଧୀ ପ୍ରେମୀ ଉପସ୍ଥିତ ରହିଥିଲେ। ଏହା ପରେ ବିଧାୟକ ରମେଶ ଚନ୍ଦ୍ର ଜେନା ଙ୍କ ଦ୍ଵାରା ପଦ୍ମପୁର ଗ୍ରାମରେ ଏକ କଲ୍ୟାଣ ମଣ୍ଡପ ର ଭିତ୍ତି ପ୍ରସ୍ତର ସ୍ଥାପନ ହୋଇଥିଲା । ଏହା ପରେ ଧରାକୋଟ ଗାନ୍ଧୀ ଛକରେ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ରେ ବିଧାୟକ ମାଲ୍ୟାର୍ପଣ କରିଥିଲେ। ଏହା ପରେ ସ୍ୱଚ୍ଛ ଭାରତ ଅଭିଯାନ ର ଦଶ ବର୍ଷ ପୂର୍ତ୍ତି ଅବସରରେ ନିକଟସ୍ଥ ଶାନ୍ତି ଝର ରେ ସ୍ବଚ୍ଛତା କାର୍ଯ୍ୟକ୍ରମ ଯୁବ ଗୋଷ୍ଠୀ ତରଫରୁ ପାଳନ କରାଯାଇଥିଲା ।
