କେନ୍ଦୁଝର ଜିଲ୍ଲାର ରାଜସ୍ୱ ଜିଲ୍ଲାବାସୀଙ୍କ ହିତରେ ଲଗାଯାଉ

କେନ୍ଦୁଝର ଜିଲ୍ଲା ହେଉଛି ପ୍ରାକୃତିକ ସୌନ୍ଦର୍ଯ୍ୟଭରା ଜିଲ୍ଲା। ଏହି ଜିଲ୍ଲା ଓଡ଼ିଶାର ଭାତ ହାଣ୍ଡି ।ଅର୍ଥ ନୈତିକ ଦୃଷ୍ଟି କୋଣରୁ କେନ୍ଦୁଝର ଜିଲ୍ଲା ଓଡିଶା ରାଜ୍ୟରେ ଯଥେଷ୍ଟ ଗୁରୁତ୍ୱ ବହନ କରେ ଖଣିଖାଦାନରେ ପରିପୂର୍ଣ୍ଣ ଏହି ଜିଲ୍ଲାର ମୁଣ୍ଡ ପିଛା ଆୟ ଅନ୍ୟ ବହୁ ଜିଲ୍ଲାଠାରୁ ଆଗରେ ଥିଲେ ମଧ୍ୟ ବିଡମ୍ବନା ଯେ ଏଠାରେ 62% ଲୋକ ଗରିବ ସୀମାରେଖା ତଳେଅଛନ୍ତି ।ଯଦିଓ ଏହାକୁ ଦୃଷ୍ଟିରେ MMDR Act ଅନୁସାରେ DMF ଫଣ୍ଡ ଗଠନ କରାଯାଇ ଖଣି ପ୍ରଭାବିତ ଅଞ୍ଚଳର ଲୋକଙ୍କ ଅର୍ଥନୈତିକ ଓ ସାମାଜିକ ଉର୍ନତି ପାଇଁ ଲକ୍ଷ ରଖାଯାଇଥିଲା ,କିନ୍ତୁ ଚଞ୍ଚକତାର ସହିତ ସେହି ଫଣ୍ଡ କୁ ଦୁରୁପୋଯୋଗ କରି ବ୍ୟାପକ ହେରଫେର କରାଯାଇଛି ସୁପ୍ରିମକୋର୍ଟର ହସ୍ତକ୍ଷେପ ଫଳରେ OMBADC ଗଠନ କରାଯାଇ ବେନିୟମ ଖଣି ପାଇଁ ଟଙ୍କା ଆଦାୟ କରାଯାଇଥିଲେ ମଧ୍ୟ ତାହା ମଧ୍ୟ ବାଟମାରଣା ହେଉଛି ତେଣୁ ଆଜିକାର ସାମ୍ବାଦିକ ସମ୍ମିଳନୀରେ ଆମ୍ଭେ ନିମ୍ନୋକ୍ତ ଦାବି ରଖୁଛୁଏଠାରେ ରହିଛି ମାଳ ମାଳ ଖଣି ଖାଦାନ କିନ୍ତୁ ତଥାପି ଆଜି ଏହି ଜିଲ୍ଲା ଦୁର୍ବଳ ଆଉ ଗରିବିରେ ଏକ ନମ୍ବର।କେନ୍ଦୁଝର ଜିଲ୍ଲା ଟଙ୍କା ରେ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ସ୍ମାର୍ଟ ସିଟି ଘୋଷଣା ହେଉଛି କିନ୍ତୁ ଦୁଃଖ ର ବିଷୟ ଯେ କେନ୍ଦୁଝର କୁ ସ୍ମାର୍ଟ ସିଟି ଘୋଷଣା କରାଯାଇ ପାରିଲାନି।ତେଣୁ ଆଜି କେନ୍ଦୁଝର ଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମଏମ) ଦଳର ରାଜ୍ୟ ସଭାପତି ଅଞ୍ଜନୀ ସୋରେନ୍ କହିଛନ୍ତି ପେସା ଆକ୍ଟକୁ ସମ୍ପୂର୍ଣ୍ଣ ଭାବେ ଲାଗୁ କରାଯାଉ,ପ୍ରକୃତିର ଗନ୍ତାଘର କେନ୍ଦୁଝର ଜିଲ୍ଲାକୁ ପର୍ଯ୍ୟଟନ କ୍ଷେତ୍ରରେ ବିକାଶ କରାଯାଉ,ଆଦିବାସୀ ମାନଙ୍କର ପୁନଃ ସମୀକ୍ଷା କରାଯାଇ ଝରା ଓ କୁଡୁମି ମାନଙ୍କୁ ଅନୁସୂଚିତ ଜନଜାତି ମାନ୍ୟତା ପ୍ରଦାନ କରାଯାଉ କେନ୍ଦୁଝର ଜିଲାର ଧରଣୀଧର ସ୍ୱୟଂ ଶାସିତ ମହାବିଦ୍ୟାଳୟ ସମେତ ଅନ୍ୟାନ୍ୟ ସ୍କୁଲ ଓ କଲେଜରେ ହୋ ,ମୁଣ୍ଡାରୀ ଓ କୁଡୁମାଲୀ ଭାଷା ପାଠ୍ୟକ୍ରମ ଆରମ୍ଭ କରାଯାଉ,ଆଦିବାସୀ ବିଶ୍ୱବିଦ୍ୟାଳୟ କେନ୍ଦୁଝର ଠାରେ ପ୍ରତିଷ୍ଠା ଦାବୀ,ଘଟଗାଁ ତାରିଣୀ ଶାଳ-ଭୀମକୁଣ୍ଡ-ଗୁଣ୍ଡିଚା ଘାଗିକୁ Eco tourism କରିଡରରେ ପରିଣତ କରାଯାଉ ,କଳିଙ୍ଗ ଲୁହା କାରଖାନା ମାଟକାମବେଡାର ପୁନଃ ପ୍ରଚଳନ କରାଯାଉ ,ବାଂଶପାଳ ବ୍ଲକ ତରମାକାନ୍ତ ଚା ବଗିଚାର ପୁନଃରୁଦ୍ଧାର କରାଯାଉ,ତା ସହ କେନ୍ଦୁଝର ଜିଲ୍ଲାରେ ଥିବା ଖଣି ଓ ଶିଳ୍ପାୟନରେଭୂମିହରା ଓ ସ୍ଥାନୀୟ ଜନ ସାଧାରଣଙ୍କର ନିଯୁକ୍ତିର ସମୀକ୍ଷା କରାଯାଉ,ପୁରୀ/ଭୁବନେଶ୍ୱର -ନୂଆଦିଲ୍ଲୀ(ଭାୟା-କେନ୍ଦୁଝର, ଚକ୍ରଧରପୁର,ଆନାରା,କେନ୍ଦୁଝର-କଲିକତା, କେନ୍ଦୁଝର-ଟାଟା ନଗରକୁ ତା ସହ ଘଟଗାଁ ତାରିଣୀ ପୀଠ ଏବଂ ଆନନ୍ଦପୁରକୁ ରେଳ ସଂଯୋଗ ତା ସହ କେନ୍ଦୁଝର- ବାଦାମପାହାଡ ରେଳପଥକୁ ସଂଯୋଗୀକରଣ କରାଯାଇ ରାଜ୍ୟଧାନୀ ଏକ୍ସପ୍ରେସ କୁ ଏହିପଥରେ ଚଳାଯାଉ।ଏବଂ କେନ୍ଦୁଝର ଜିଲ୍ଲାର ବିକାଶ କରାଯାଉ ବୋଲି ଏହି ସମ୍ମିଳନୀରେ ଅଞ୍ଜନି ସୋରେନ କହିଛନ୍ତି ।ଶ୍ରୀମତୀ ସୋରେନ ଆହୁରି ମଧ୍ୟ କହିଛନ୍ତି ଯେ କେନ୍ଦୁଝର ସମ୍ପତି କୁ ନେଇ କେନ୍ଦୁଝର ଜିଲ୍ଲା ବାସୀ କୁ ଭକୁଆ ବନାଉଛନ୍ତି ଏଥିପାଇଁ ରାଜ୍ୟ ଆଉ କେନ୍ଦ୍ର ସରକାର ଦାୟୀ ବୋଲି କହିଛନ୍ତି।ଆଉ ପାଇପ ଲାଇନ ଯୋଗେ ପାଣି ଯୋଗାଇବା ସମ୍ପୂର୍ଣ୍ଣ ଫେଲ ମାରିଛି।ପାଇପ ଲାଇନ ନାରେ ରାସ୍ତା ଖୋଳି ନଷ୍ଟ କରି ସାରିଲାଣି L&T କମ୍ପାନୀ ଏସବୁକୁ ଜିଲ୍ଲାପାଳ ଦେଖି ମଧ୍ୟ ଚୁପ୍ ହୋଇ ବସିଛନ୍ତି ତେଣୁ ଏଭଳି ମନମୁଖି କାର୍ଯ୍ୟ କୁ ମଧ୍ୟ ଆମେ ବିରୋଧ କରୁଛୁ।

କେନ୍ଦୁଝରରୁ ମନୋଜ କୁମାର ବେହେରା।

Leave a Reply

Your email address will not be published. Required fields are marked *