ଯୋଗଶିକ୍ଷା ଓ ଗ୍ରାମ୍ୟ ସ୍ୱଚ୍ଛତା ତାଲିମ ଶିବିର ଉଦଯାପିତ
ଭଦ୍ରକ :୯/୧୦:- ଭଦ୍ରକ ଜିଲା ଆନନ୍ଦମାର୍ଗ ଦ୍ଵାରା କଲେଇ ପଂଚାୟତର ବଳଭଦ୍ରପୁରରେ ଶୁକ୍ରବାର ଆୟୋଜିତ ଏକଦିବସୀୟ ଯୋଗଶିକ୍ଷା ଓ ଗ୍ରାମ୍ୟ ସ୍ୱଚ୍ଛତା ତାଲିମ ଶିବିର ରାତିରେ ଉଦଯାପିତ ହୋଇଛି। ଶିବିରରେ ଭଦ୍ରକ ମହାବିଦ୍ୟାଳୟର ଅର୍ଥଶାସ୍ତ୍ରର ଟପ୍ପର ପୂର୍ଣ୍ଣିମା ବେହେରାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।ସନ୍ଧ୍ୟାରେ ଅଭିନେତା ବାଙ୍କବିହାରୀ ପାତ୍ର ଭିକାରୀ ବଳଙ୍କ ଭକ୍ତି ସଂଗୀତରେ ଅଭିନୟ କରି ଦର୍ଶକଙ୍କ ମନ ମୋହିଥିଲେ ଓ ସମ୍ବଲପୁରୀ ରଂଗବତୀ ଗୀତରେ ଶୁଭଶ୍ରୀ ନାୟକ ଓ ସାଥୀ ଦର୍ଶକଙ୍କୁ ବିମୋହିତ କରିଥିଲେ ।
ରିପୋର୍ଟ :-ପୁନିଲ କୁମାର ସାମନ୍ତ।
