ଦରବୃଦ୍ଧି, ସୁଭଦ୍ରା ଯୋଜନା ଓ ସହରର ଆଇନ ଶୃଙ୍ଖଳା ଏବଂ ଶୃଙ୍ଖଳିତ ଟ୍ରାଫିକ ବ୍ୟବସ୍ଥା ପାଇଁ ସିପିଏମର ଆନ୍ଦୋଳନ

ଦରବୃଦ୍ଧି, ସୁଭଦ୍ରା ଯୋଜନା ଓ ସହରର ଆଇନ ଶୃଙ୍ଖଳା ଏବଂ ଶୃଙ୍ଖଳିତ ଟ୍ରାଫିକ ବ୍ୟବସ୍ଥା ପାଇଁ ସିପିଏମର ଆନ୍ଦୋଳନ ପାଇଁ ପ୍ରସ୍ତୁତି।–———————ବ୍ରହ୍ମପୁର – ଆଜି ସିପିଏମ ବ୍ରହ୍ମପୁର ନଗର କମିଟିର 15 ଶ ସମ୍ମିଳନୀ ସହିଦ ଲକ୍ଷ୍ମଣ ନାୟକ କମ୍ୟୁନିଟି ହାଲଠାରେ ଅନୁଷ୍ଠିତ ହୋଇଯାଇଛି।ଏହି ସମ୍ମିଳନୀକୁ ଉଦଘାଟନକରି ବରିଷ୍ଠ ନେତା କୈଳାଶ ଷଡଙ୍ଗି କେନ୍ଦ୍ର ରାଜ୍ୟ ବିଜେପି ସରକାରର କର୍ପୋରେଟର ସଂସ୍ଥାଠାରୁ ଚାନ୍ଦା ଆଣି ଦେଶର ସମ୍ପତ୍ତିକୁ ସେମାନଙ୍କ ହାତରେ ଟେକି ଦେଉଥିଲା ବେଳେ ସାଧାରଣ ଲୋକଙ୍କ ଉପରେ ଟିକସର ବୋଝ ଲଦୁଛନ୍ତି ବୋଲି ଅଭିଯୋଗ କରିଥିଲେ।ଜିଲ୍ଲା ସମ୍ପାଦକ ଯୁଧିଷ୍ଠିର ବେହେରା ଶ୍ରମିକଙ୍କ ଅଧିକାର,ମହିଳାଙ୍କ ସୁରକ୍ଷା, ଦରବୃଦ୍ଧି, ଓ ନିଯୁକ୍ତି ଦାବିରେ ଅକ୍ଟୋବର 25 ରୁ ପ୍ରଚାର ନଭେମ୍ବର 15 ପର୍ଯ୍ୟନ୍ତ ପ୍ରଚାର ଅଭିଯାନକୁ ବ୍ରହ୍ମପୁରରେ ସଫଳ କରିବା ପାଇଁ ଆହ୍ୱାନ ଦେଇଥିଲେ।ବ୍ରହ୍ମପୁର ସମ୍ପାଦକ ଶିବ ପ୍ରସାଦ ମହାପାତ୍ର ସମ୍ପାଦକୀୟ ରିପୋର୍ଟ ଉପସ୍ଥାପନ କରିଥିଲେ।ପ୍ରାୟ 14 ଜଣ ସାଥୀ ରିପୋର୍ଟ ଉପରେ ଆଲୋଚନା କରିଥିଲେ।ସହରର ଆଇନ ଶୃଙ୍ଖଳା, ଟ୍ରାଫିକ ବ୍ୟବସ୍ଥା, ରାସ୍ତାଘାଟର ସୁବନ୍ଦୋବସ୍ଥ, ବର୍ଦ୍ଧିତ ଘର ଟିକସ ବୃଦ୍ଧି ପ୍ରତ୍ୟାହାର, ସ୍ମାର୍ଟ ମିଟର ବନ୍ଦ କରିବା ,ଆଉଟ ସୋର୍ସ କର୍ମଚାରୀଙ୍କୁ ସ୍ଥାୟୀ ଚାକିରୀ ଦେବା, mkcg ଓ city ହସ୍ପିଟାଲରେ ଉତ୍ତମ ରୋଗୀ ସେବା ଯୋଗାଇ ଦେବା , ସହରର ଶିକ୍ଷାନୁଷ୍ଠାନ ଗୁଡିକରେ ଶିକ୍ଷକ ନିଯୁକ୍ତି ଦେବା ,ସୁଭଦ୍ରା ଯୋଜନାରେ ସମସ୍ତ ମହିଳାଙ୍କୁ 50 ହଜାର ଟଙ୍କା ଯୋଗାଇ ଦେବା, ଅସହାୟ ଭତ୍ତା 3 ହଜାର ଟଙ୍କା କରିବା ଏବଂ 300 ୟୁନିଟ ବିଜୁଳି ମାଗଣା ଦାବିରେ ଆନ୍ଦୋଳନ କରିବା ପାଇଁ ପ୍ରସ୍ତାବ ଗ୍ରହଣ କରାଯାଇଛି।ସମ୍ମିଳନୀରେ ଆଗାମୀ 3 ବର୍ଷ ପାଇଁ ଏକ 10 ଜଣିଆ କମିଟି ନିର୍ବାଚିତ କରାଯାଇଛି।ଶିବ ପ୍ରସାଦ ମହାପାତ୍ର ସମ୍ପାଦକ ଭାବେ ପୁନଃ ନିର୍ବାଚିତ ହୋଇଥିବା ବେଳେ ପ୍ରତାପ ଚୌଧୁରୀ, ବାବୁଲା ନାୟକ, କେଶବ ଗୌଡ଼, ରାଜା ରାଓ, ଚିଟିବାବୁ, ହରି ନାହାକ, ରଞ୍ଜନ ପାତ୍ର, ଲୋକନାଥ ଖୁଣ୍ଟିଆ ,ଓ କାଳି ମିଶ୍ର ପ୍ରମୁଖ ସହର କମିଟିର ସଭ୍ୟଭାବେ ନିର୍ବାଚିତ ହୋଇଛନ୍ତି। ବରିଷ୍ଠ ଶ୍ରମିକ କର୍ମଚାରୀ ନେତା ପ୍ରତାପ ଚୌଧୁରୀ ସମ୍ମିଳନୀରେ ସଭାପତିତ୍ୱ କରିଥିଲେ ଏବଂ ପତାକା ଉତ୍ତୋଳନ କରିଥିଲେ।

Leave a Reply

Your email address will not be published. Required fields are marked *