ବ୍ୟାସ ପ୍ରିଣ୍ଟ ମିଡିଆ ଆସୋସିଏସନ୍ର ଷଷ୍ଠ ବାର୍ଷିକ ଉତ୍ସବ ଅନୁଷ୍ଠିତ
**ବ୍ୟାସନଗର ସ୍ଥିତ ସଂସ୍କୃତି ଭବନ ପରିସରରେ ବ୍ୟାସ ପ୍ରିଣ୍ଟ ମିଡିଆ ଆସୋସିଏସନ୍ର ଷଷ୍ଠ ବାର୍ଷିକ ଉତ୍ସବ ସଂଘର ସଭାପତି ଶରତ ପଥାଳଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି l ସାଧାରଣ ସମ୍ପାଦକ ଚିନ୍ତାମଣି ପାଢ଼ୀ ସମ୍ପାଦକୀୟ ବିବରଣୀ ପାଠ କରିଥିଲେ l ବରିଷ୍ଠ ଉପଦେଷ୍ଟା ହାରଧନ ବାନାର୍ଜୀ ସ୍ୱାଗତ ଭାଷଣ ଦେଇଥିବା ବେଳେ ସଂଗଠନ ସମ୍ପାଦକ ଉମାକାନ୍ତ ରାଉତ ଅତିଥି ପରିଚୟ ପ୍ରଦାନ କରିଥିଲେ l

ସମବାୟ, ହସ୍ତଶିଳ୍ପ ଓ ବୟନଶିଳ୍ପ ମନ୍ତ୍ରୀ ତଥା ସୁକିନ୍ଦା ବିଧାୟକ ପ୍ରଦୀପ ବଳସାମନ୍ତ ଉତ୍ସବକୁ ଉଦ୍ଘାଟନ କରି ଭୁଲ ସୂଚନା ସାମ୍ବାଦିକମାନେ ପରିବେଷଣ କରି ସମାଜକୁ ଭ୍ରମିତ କରିବା ଉଚିତ୍ ନୁହେଁ ବୋଲି କହିଥିଲେ l ମୁଖ୍ୟ ଅତିଥି ଭାବେ ଯାଜପୁର ସାଂସଦ ଡ଼.ରବୀନ୍ଦ୍ର ନାରାୟଣ ବେହେରା, ବିଶିଷ୍ଟ ଅତିଥି ଭାବେ କୋରାଇ ବିଧାୟକ ଆକାଶ ଦାସ ନାୟକ, ମୁଖ୍ୟବକ୍ତା ଭାବେ ରାଜ୍ୟ ସାମ୍ବାଦିକ ସଂଘ ଏସ.ୟୁ.ଜେ.ର ରାଜ୍ୟ ସଭାପତି କୈଳାଶ ଚନ୍ଦ୍ର ନାୟକ ଯୋଗଦେଇ ସାମ୍ବାଦିକମାନେ ସରକାର ଓ ଲୋକଙ୍କ ମଧ୍ୟରେ ସେତୁବନ୍ଧ ହୋଇ କାମ କରୁଥିବା ବେଳେ ସେମାନଙ୍କ ସମସ୍ୟା ପ୍ରତି ସରକାର ଯତ୍ନବାନ ହେବାକୁ କହିଥିଲେ l ଉତ୍ସବରେ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଅର୍ଜନ କରିଥିବା ବ୍ୟକ୍ତି ବେଶେଷ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା l ଏହି ଉତ୍ସବରେ ଜିଲ୍ଲାର ବିଭିନ୍ନ ସ୍ଥାନରୁ ବହୁ ସାମ୍ବାଦିକ, ବୁଦ୍ଧିଜୀବୀ, ଆଇନଜୀବୀ, ସାହିତ୍ୟିକ, ବରିଷ୍ଠ ନାଗରିକ, ବିଭିନ୍ନ ଅନୁଷ୍ଠାନର କର୍ମକର୍ତ୍ତା ମାନେ ଯୋଗ ଦେଇଥିଲେ
