ମା ଦଶଭୁଜା
ମା ଦଶଭୁଜା ଜଗତ୍ ଜନନୀ ପୂଜା ପାଉ ଦେବୀ ଆନନ୍ଦେ ସୁସଜ୍ଜିତ ଆଜି ଦେବୀ ମଣ୍ଡପ

ଆବାହନ କରେ ସ୍ବାଗତେ।
ମନ୍ତ୍ର ଧ୍ବନି ରେ ପ୍ରକଟିତ ଆଜି ମାଆଙ୍କ ପାଇଁ ସ୍ବାଗତେ ଧରାପୃଷ୍ଠରେ ଅନାଇଁ ଅଛନ୍ତି
ସବୁ ନର ନାରୀ ଏକତ୍ରେ।
ବେଦ ଧ୍ବନି ଉଚ୍ଚାରିତ ହୁଏ ମାଆ ମାଆ ବୋଲି ସ୍ବାଗତେ
ହେ ଦଶଭୁଜା ଜଗତ୍ ଜନନୀ ବାନ୍ଧି ରଖ ମୋତେ ପଣତେ।
ମହିଷିମର୍ଦ୍ଦିନୀ ଶକ୍ତି ସ୍ବରୂପିଣୀ ଶକ୍ତି ଦିଅ ମା ଜଗତେ
ହେ ଦଶଭୁଜା ଜଗତ୍ ଜନନୀ ପ୍ରଣତି ଜଣାଏ ସ୍ବାଗତେ।
ମାଆ ପୀଠ ଆଜି ଚଳ ଚଞ୍ଚଳ ହରିବୋଲ ଦିଅ ଭକତେ
ହେ ଦଶଭୁଜା ଜଗତ୍ ଜନନୀ ଭକତି ଜଣାଏ ତ୍ବରିତେ।
ଅସୁର ବିନାଶି ସଂସାର ରଖିଛୁ
ମାଆ ମାଆ ବୋଲି ଜଗତେ
ହେ ଦଶଭୁଜା ଜଗତ୍ ଜନନୀ ପ୍ରଣତି ଜଣାନ୍ତି ଭକତେ।
ପ୍ରକୃତି ବନ୍ଧୁ ହରିହର ସାହୁ
(ରାଜ୍ୟ, ପ୍ରକୃତି ବନ୍ଧୁ, ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଓ ଆନ୍ତର୍ଜାତୀୟ ପୁରସ୍କାର ପ୍ରାପ୍ତ ପ୍ରଧାନ ଶିକ୍ଷକ)
ଇଲେଇଜଙ୍ଗ, ଗଁଦିଆ, ଢେଙ୍କାନାଳ, ଓଡ଼ିଶା,୭୫୯୦୧୬

Leave a Reply

Your email address will not be published. Required fields are marked *