ବାବନପୁର କ୍ଲଷ୍ଟର ସ୍ତରୀୟ ସୁରଭି 2024ପାଳିତ

ଆସିକା ଗୋଷ୍ଠି ଶିକ୍ଷା ଅଧିକାରୀ ଅଧୀନସ୍ଥ ବାବନପୁର କ୍ଲଷ୍ଟର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ବାବନପୁର ଠାରେ ସୁରଭି 2024 ପାଳିତ ହୋଇଯାଇଛି l ବାବନପୁର କ୍ଲଷ୍ଟର ଅଧୀନରେ ଥିବା ସମସ୍ତ ସରକାରୀ ପ୍ରାଥମିକ, ଉଚ୍ଚ ପ୍ରାଥମିକ, ଉଚ୍ଚ ବିଦ୍ୟାଳୟ ର ଛାତ୍ରଛାତ୍ରୀ ଭାଗ ନେଇଥିଲେ l ପ୍ରତି ବର୍ଷ ଚତୁର୍ଥ ଠାରୁ ଦ୍ଵାଦଶ ପର୍ଯ୍ୟନ୍ତ ପିଲା ଭାଗ ନେଉ ଥିଲେ କିନ୍ତୁ ଏ ବର୍ଷ ପ୍ରଥମ, ଦ୍ୱିତୀୟ, ତୃତୀୟ ଶ୍ରେଣୀ ପିଲାଙ୍କୁ ମଧ୍ୟ ସ୍କୁଲ ସ୍ତରରୁ କ୍ଲଷ୍ଟରସ୍ଥର ପର୍ଯ୍ୟନ୍ତ ଭାଗ ନେବାକୁ ସୁଯୋଗ ଦିଆଯାଇଥିଲା l

ଏମାନେ ଚିତ୍ରାଙ୍କନ, ଗଣିତ ଦୌଡ, ଗଣିତ କୁଇଜ , ଗଳ୍ପ ଶୁଣିକି କହିବାରେ ପ୍ରଥମ, ଦ୍ୱିତୀୟ, ତୃତୀୟ ସ୍ଥାନରେ ପୁରସ୍କାର ବିତରଣ କରାଯାଇଥିଲା l ଚତୁର୍ଥ ଠାରୁ ଦ୍ୱାଦଶ କୁ କନିଷ୍ଠ, ବରିଷ୍ଠରେ ଭାଗ କରି ବିତର୍କ, ପ୍ରବନ୍ଧ ଲିଖନ, ଚିତ୍ରାଙ୍କନ, ଶୃଜନଶୀଳ ଲିଖନ, ସୁନ୍ଦର ହସ୍ତାକ୍ଷର ଲିଖନ,ସଂଗୀତ, ଭାଷଣ, ନାଚ, ପୋଷଣ ର ଚିତ୍ରାଙ୍କନ ଓ ସ୍ଲିପ କଳା ଉପରେ ପ୍ରତିଯୋଗିତା କରାଯାଇଥିଲା ଯେଉଁମାନେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି ସେମାନେ ବ୍ଲକ ଲେବଲକୁ ଯିବେ l ଗୋଷ୍ଠୀ ଶିକ୍ଷ୍l ଅଧିକାରିଣୀ ଆସିକା ମୁନୁ ରାଣୀ ମହାନ୍ତି ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିଲେ ସମ୍ମାନିତ ଅତିଥିଭାବେabeo ଭାଗିରଥି ପାତ୍ର,ବାବନ ପୁର ସରପଞ୍ଚ ସଞ୍ଜୟ ନାୟିକ, ସମିତି ସଭ୍ୟ ସନ୍ତୋଷ ଜେନା,ପୂର୍ଵ ତନ crcc ଶିବଶଙ୍କର ଜେନା, ଖାରିଆ crcc ଟୁଲୁ ସେଠି ,smc ସଭାପତି, ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବାବନ ପୁର ପ୍ରଧାନ ଶିକ୍ଷକ, ରାଧାମୋହନ ଡାକୁଆ ନୂତନ crcc ମଞ୍ଚାସିନ ଥିଲେ l ମଞ୍ଚ ସଂଯୋଜନା ଉଦଗlଦା ସାର ଏବଂ ମଞ୍ଚ ପରିଚାଳନା ସୁଦାମ ସାର କରିଥିଲେ l ପ୍ରତି ବିଦ୍ୟାଳୟ ରୁ ଆସିଥିବା ଗାଇଡ଼ ଶିକ୍ଷକମାନେ ବିଚାରପତି ରୂପେ କାର୍ଯ୍ୟ କରିଥିଲେ l ସନ୍ତୋଷ ସେଠି, ସୁରେନ୍ଦ୍ର ବେହେରା, ମନୋଜ ବେହେରା ସମେତ ବାବନ ପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ସହ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସହଯୋଗ କରିଥିଲେ l

Leave a Reply

Your email address will not be published. Required fields are marked *