ଆସିଛି ପାର୍ବଣ ଋତୁ
ଆସିଛି ପାର୍ବଣ ଋତୁ, ସର୍ବଜନୀନ ପୂଜା କମିଟି ଗୁଡିକ ତରଫରୁ ମା ଜଗତ ଜନନୀ ଙ୍କ ଷଷ୍ଠି ରାତ୍ରି ଠାରୁ ଆରମ୍ଭ ହୋଇଛି ବିଶେଷ ପୂଜା ଆରାଧନା. ପୂଜା କମିଟି ଗୁଡିକ ତରଫରୁ ଏଥିନେଇ ହେବ ଭୋଗ ପ୍ରସ୍ତୁତି.ମା ଙ୍କ ଭୋଗ ସର୍ବ ସାଧାରଣ ଙ୍କୁ ବିତରଣ ହେବ. କିଛି ନ ହେଲେ ମଧ୍ୟ ଭଣ୍ଡରା ରେ ପୁରୀ, ଆଳୁ ତରକାରୀ ଟିକେ ହେବ , ବର୍ତ୍ତମାନ ବଜାର ରେ ପରିବା ଦର ଆକାଶଛୁଆଁ ହେଲାଣି, ଯେଉଁଥିରେ ବି ହାତ ମାରିବ ଷାଠିଏ ଉପରକୁ, ପୂର୍ବରୁ ଆମେ ଦେଖି ଆସିଛୁ ବର୍ଷ ର କିଛି ମାସ ଭାରତ ର ବିଭିନ୍ନ ରାଜ୍ୟରେ କେବଳ ଆଳୁ, ପିଆଜ ଦର ହିଁ ସାମାନ୍ୟ ବୃଦ୍ଧି ହୋଇଥାଏ, କିନ୍ତୁ ଚଳିତ ବର୍ଷ ସବୁ ବଢିଛି.ନବରାତ୍ରି ସମୟରେ ଅଧିକାଂଶ ଆମିଷ ଖାଇ ନଥାନ୍ତି.

ତେଣୁ ସବୁଠାରୁ ଭଲ ପଞ୍ଚୁ ଡାଲି, ଯାହା ଗୁରୁଦ୍ୱାର ରେ ପ୍ରସ୍ତୁତ ହୋଇଥାଏ,ସୋୟାବିନ ବଡ଼ି, ଛୋଲେ, ରାଜାମା ଏବଂ କଢି. ଏ ସବୁ ଶରୀର ପାଇଁ ମଧ୍ୟ ଭିଟାମିନ ଯୋଗାଏ ଏବଂ ଖାଦ୍ୟ ଉପଯୋଗୀ ଓ ହିତକର.ନଚେତ ପନିର. ପରିବା ଦର ହ୍ରାସ ପାଇବା ପାଇଁ ମୋ ମତରେ ଆହୁରି ଦୁଇ ମାସ ଅପେକ୍ଷା କରିବାକୁ ପଡିପାରେ. ଶୀତ ପଡିଲେ ଏବଂ ବଜାର କୁ ନୂଆ ପରିବା ପ୍ରବେଶ କଲେ ଯାଇ ଗରିବ ଓ ମଧ୍ୟବର୍ତ୍ତୀ ପରିବାର ବର୍ଗ ପରିବା କିଣା ରୁ ଟିକେ ଆଶ୍ବସ୍ତି ପାଇବେ.
