ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଜୟନ୍ତୀ ପାଳିତ ଜଟଣୀ
ଜଟଣୀ ପୌର ପରିଷଦ ଅନ୍ତର୍ଗତ ଉତ୍କଳ ମଣି ଗୋପବନ୍ଧୁ ପ୍ରାଥମିକ ବିଦ୍ୟାଳୟ ପରିସରରେ ଥିବା ଉତ୍କଳ ମଣିଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ସହ ଜୟନ୍ତୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ପୌର ପରିଷଦ ପକ୍ଷରୁ ନଗର ଅଧ୍ୟକ୍ଷ ଶ୍ରୀ ଅନନ୍ତ ବେହେରା , ପ୍ରାଣନାଥ ପଟ୍ଟନାୟକ ଫାଉଣ୍ଡେସନର ଅଧ୍ୟକ୍ଷ ଶ୍ରୀ ଅବନୀ କୁମାର ରାଉତରାୟ, ସମ୍ପାଦକ ଶ୍ରୀ ଜବାହର ଲାଲ ସୁବୁଦ୍ଧି, ବରିଷ୍ଠ ନାଗରିକ ମଞ୍ଚର ସଭାପତି ଶ୍ରୀ ଭକ୍ତ ବନ୍ଧୁ ଚୌଧୁରୀ, ରବିପ୍ରସାଦ ମିଶ୍ର, ଯୁବ ଆଇନଜୀବୀ ଦେବାଶିଷ ଦାସ , ସାହିତ୍ୟକ ଆଦି ନାରାୟନ ଖଣ୍ଡୁଆଳ ସମାଜ ର ପ୍ରତିନିଧି ରବି ସ୍ବାଇଁ, ସାମ୍ୱାଦିକ ନୀଳାମ୍ବର ମିଶ୍ର, ଶୁଶାନ୍ତ ରାଉତ, ଶ୍ରମିକ ନେତା ସାରଙ୍ଗ ଧର ବେହେରା, ପୂର୍ବତନ ସରପଞ୍ଚ ଦିବାକର ମଙ୍ଗରାଜ ପ୍ରମୁଖ ଜୟନ୍ତୀ ଉତ୍ସବରେ ଯୋଗ ଦେଇ ଉତ୍କଳ ମଣିଙ୍କ ସ୍ମୃତି ଚାରଣ କରିଥିଲେ । ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନେ ଜୟନ୍ତୀ ଉତ୍ସବରେ ଯୋଗ ଦେଇ ଗୋପବନ୍ଧୁଙ୍କ ପ୍ରତି ମୂର୍ତ୍ତିରେ ପୁଷ୍ପ ମାଲ୍ୟ ଅର୍ପଣ କରିଥିଲେ । ଶିକ୍ଷକନେତା ଶ୍ରୀ ତ୍ରିନାଥ ସାମନ୍ତରାୟ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ସେହିପରି ବାଛରା ଠାରେ ଥିବା ଉତ୍କଳ ମଣିଙ୍କ ପ୍ରତି ମୂର୍ତ୍ତିରେ ପୌରାଧକ୍ଷ ଶ୍ରୀବେହେରା ପୁଷ୍ପ ମାଲ୍ୟ ଅର୍ପଣ କରିଥିଲେ । ସ୍ୱତନ୍ତ୍ର ପ୍ରତିନିଧି ଶ୍ରୀ ନୀଳାମ୍ବର ମିଶ୍ର।
