କୃତିତ୍ୱ ହାସଲ କରିଥିବା ଛାତ୍ର ଛାତ୍ରୀଙ୍କୁ ସମ୍ଭର୍ଦ୍ଧନା ଦେଲେ ଋଷିକୁଲ୍ୟା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ଅଧକ୍ଷ

ସୋରଡ଼ା :ସୋରଡା ସ୍ଥିତ ଋଷିକୁଲ୍ୟା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ରଛାତ୍ରୀ କୃତିତ୍ବ ଅର୍ଜନ କରିଛନ୍ତି। ନିକଟରେ ସୋରଡା ଶଶୀଭୂଷଣ ହାଇସ୍କୁଲ୍ ରେ ଅନୁଷ୍ଠିତ ହୋଇଥିବା ବ୍ଲକ୍ ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି ୨୦୨୪’ ଦ୍ୱିତୀୟ ବର୍ଷ କଳା ଛାତ୍ର ରାଜା ବେହେରା ଚିତ୍ରାଙ୍କନ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ପ୍ରଥମ ସ୍ଥାନ ହାସଲ କରି ମୁଖ୍ୟ ଅତିଥି ସୋରଡା ବିଧାୟକ ଶ୍ରୀଯୁକ୍ତ ନୀଳମଣି ବିଷୋୟୀ ଦ୍ଵାରା ପୁରସ୍କୃତ ହୋଇଥିବା ବେଳେ ଗଞ୍ଜାମ ଜିଲ୍ଲା ସ୍ତରୀୟ ଖେଳକୁଦରେ ପ୍ରଥମ ବର୍ଷ କଳା ଛାତ୍ରୀ ସ୍ମୃତି ନାୟକ ୨୦୦ ମିଟର ଦୌଡ଼, ଉଚ୍ଚଡିଆଁ, ତିନି ଗୁଣା ଡିଆଁ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ଦ୍ୱିତୀୟ ସ୍ଥାନ ହାସଲ କରି ପୁରସ୍କୃତ ହୋଇଛନ୍ତି। ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପାଇଁ କୃତିତ୍ବ ହାସଲ କରି ସୁନାମ ଆଣି ଦେଇଥିବା ଉଭୟ ଛାତ୍ରଛାତ୍ରୀ ଦ୍ୱୟଙ୍କୁ ଅନୁଷ୍ଠାନର ଅଧ୍ୟକ୍ଷ ଶ୍ରୀ ଅନିଲ କୁମାର ଦାସ ଓ ଅନ୍ୟାନ୍ୟ ଅଧ୍ୟାପକ ଅଧ୍ୟାପିକା ଶୁଭେଛା ଜଣାଇବା ସହ ଉତ୍ତରୋତ୍ତର କାମନା କରିଛନ୍ତି।

Leave a Reply

Your email address will not be published. Required fields are marked *