ଜନ୍ମମାଟିରେ ଗୋପବନ୍ଧୁଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କଲା “ମୋ ପରିବାର”

l ଜଟଣୀ:୧୦:୧୦()ରାମଚନ୍ଦ୍ର ପୁର ସ୍ଥିତ ମା’ଉତ୍ତରାୟଣୀ ପୀଠରୁ ଆରମ୍ଭ ହୋଇଥିବା”ମୋ ପରିବାର”ସଦାସର୍ବଦା ନିଆରା ପ୍ରୟାସ କରିଚାଲିଛି l ପୁଣ୍ୟାତ୍ମା ଉତ୍କଳ ମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜନ୍ମ ଜୟନ୍ତୀରେ “ମୋ ପରିବାର”ର ପ୍ରତିଷ୍ଠାତା ଶୁଭେନ୍ଦ୍ର ଶତପଥୀ ଏବଂ କିଛି ସଦସ୍ୟ ମାନଙ୍କୁ ସାଙ୍ଗରେ ନେଇ ପହଞ୍ଚି ଥିଲେ ସୁଆଣ୍ଡୋରେ ପ୍ରଥମେ ଗୋପବନ୍ଧୁଙ୍କ ଜନ୍ମ ଗୃହକୁ ଯାଇ ଶ୍ରାଦ୍ଧଞ୍ଜଳି ଅର୍ପଣ ସହିତ ପ୍ରଣାମ କରିଥିଲେ l ସେଠାରେ ଉପସ୍ଥିତ ଥିବା ଛାତ୍ରଛାତ୍ରୀ ମାନଙ୍କୁ ଗୋପବନ୍ଧୁଙ୍କ ବିଷୟରେ କିଛି ପ୍ରଶ୍ନ ପଚାରିଥିଲେ ଏବଂ ସମାଜରେ ସେବା କରିବା ପାଇଁ ବୁଝାଇଥିଲେ l ତାପରେ ସଭାସ୍ଥଳକୁ ଯାଇଥିଲେ l ସୁଆଣ୍ଡୋ ଗୋପବନ୍ଧୁ ସ୍ମୁତି ପରିଷଦ ସଭାପତି ଧୀରେନ୍ଦ୍ର ନାଥ ଦାସ “ମୋ ପରିବାର”ର ପ୍ରତିଷ୍ଠାତା ଶୁଭେନ୍ଦ୍ର ଶତପଥୀଙ୍କୁ ଗୋପବନ୍ଧୁଙ୍କ ସ୍ମୁତି ଚାରଣ କରିବାକୁ ମଞ୍ଚକୁ ସ୍ୱାଗତ କରିଥିଲେ l ପ୍ରତିଷ୍ଠାତା ଶ୍ରୀ ଶତପଥୀ ସେବା ଏବଂ ସଂସ୍କାର ବିଷୟରେ ପ୍ରକାଶ କରିଥିଲେ l ଉପସ୍ଥିତ ଜିଲ୍ଲା ଓ ବ୍ଲକ ପ୍ରଶାସନ,ବିଭିନ୍ନ ରାଜନୈତିକ ସଙ୍ଗଠନ ଓ ବ୍ୟକ୍ତି ବିଶେଷ ମାନେ ଶୁଣି ଉଚ୍ଚ ପ୍ରଶଂସା କରିଥିଲେ l ତାପରେ ପଞ୍ଚସଖା ସମାଧୀ ପିଠକୁ ଯାଇ ପ୍ରଣାମ କରିଥିଲେ l ଉକ୍ତ କାର୍ଯ୍ୟକ୍ରମ ରେ “ମୋ ପରିବାର”ର ସଦସ୍ୟ ମନୋଜ ମହାରଣା, ସରୋଜ ଜେନା,ସଦସ୍ୟା ସସ୍ମିତା ମହାପାତ୍ର ଏବଂ ଭାରତୀ ସିଂହ ପ୍ରମୁଖ ଯୋଗ ଦେଇଥିଲେ l

Leave a Reply

Your email address will not be published. Required fields are marked *