ରାଜ୍ୟପାଳ ପୁରସ୍କାର ପାଇଲେ ଗୋଲାମୁଣ୍ଡା ଏସ ଏମ ଡିଗ୍ରୀ କଲେଜ ଛାତ୍ର ପ୍ରମୋଦ କୁମାର

ରାଜ୍ୟପାଳ ପୁରସ୍କାର ପାଇଲେ ଗୋଲାମୁଣ୍ଡା ଏସ ଏମ ଡିଗ୍ରୀ କଲେଜ ଛାତ୍ର ପ୍ରମୋଦ କୁମାର ମହାନନ୍ଦଗୋଲାମୁଣ୍ଡା ୧୧/୧୦(ଶ୍ରୁ :ମୀ)କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ସ୍ଥିତ ସର୍ବ ମଙ୍ଗଳା ଡିଗ୍ରୀ କଲେଜ ଯୁକ୍ତ ତିନି ଫାଇନାଲ ବର୍ଷ କାଳ ବିଭାଗ ଛାତ୍ର ପ୍ରମୋଦ କୁମାର ମହାନନ୍ଦ ଭାରତ ସ୍କାଉଟ ଓ ଗାଇଡ ରେଞ୍ଜର ରୋବର୍ ୟୁନିଟ ର ତା 23/୦୩/୨୦୨୪ ରୁ ୨୭/୦୩/୨୦୨୪ ପର୍ଯ୍ୟନ୍ତ ଜମ୍ମୁକାଶ୍ମୀର ରେ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ ।ଉକ୍ତ କାର୍ଯ୍ୟକ୍ରମରେ ରାଜ୍ୟ ସ୍ତରିୟ ଅନେକ ଛାତ୍ର ,ଛାତ୍ରୀ ସ୍ଥାନ ଅଧିକାର କରିଥିବାରୁ ଭୁବନେଶ୍ବର ରେ ରାଜ୍ୟପାଳ ଙ୍କ ଦ୍ଵାରା ଆୟୋଜିତ ପୁରସ୍କୃତ ସଭା ରେ ମହାନନ୍ଦ ଉପସ୍ଥିତ ହୋଇ ପରି ନ ଥିଲେ । ତେଣୁ ରାଜ୍ୟପାଳ ଗୋଲାମୁଣ୍ଡା ଡିଗ୍ରୀ କଲେଜ କୁ ମାନପତ୍ର ପଠାଇ ଦେଇଥିଲେ । ଉକ୍ତ କଲେଜ ରେ ଏକ ସଭା ର ଆୟୋଜନ ହୋଇଥିଲା ।ଉକ୍ତ ସଭା ରେ ପ୍ରିନ୍ସିପଲ୍ ଶରତ କୁମାର ସ୍ବାଇଁ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଦଇତାରୀ ମେହେର , ସଞ୍ଜୟ କୁମାର ପାଇଟଲ ଏବଂ ମୁଖ୍ୟ ବକ୍ତା ଭାବେ ଇଂରାଜୀ ଅଧ୍ୟାପକ ଗୋବିନ୍ଦ ସାହୁ ଙ୍କ ସମେତ ଶତାଧିକ ଛାତ୍ର ,ଛାତ୍ରୀ ଉପସ୍ଥିତି ରହି ସୁଯୋଗ କରିଥିଲେ ଏବଂ ଲକ୍ଷ୍ମଣ ସାହୁ ସଭାପରିଚଳନ କରିଥିଲେ ।ଉକ୍ତ ସଭାରେ ପ୍ରମୋଦ କୁମାର ମହାନନ୍ଦ ଙ୍କୁ ସ୍କାଉଟ ମାନପତ୍ର ଦେଇ ପୁରସ୍କୃତ ସହ ସାଧୁବାଦ୍ ଜଣାଇଥିଲେ ।

Leave a Reply

Your email address will not be published. Required fields are marked *