ମଣ୍ଡଳ ସ୍ତରୀୟ ଆନ୍ତର୍ଜାତୀୟ କନ୍ୟା ସନ୍ତାନ ଦିବସ ପାଳନ

ଗୋଲାମୁଣ୍ଡା ()ସାରା ଭାରତ ରେ ଆନ୍ତର୍ଜାତୀୟ କନ୍ୟା ସନ୍ତାନ ଦିବସ ପାଳନ ହେଉଥିବା ବେଳେ କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ମାନଝରି ମଣ୍ଡଳ ଗ୍ରିଣ୍ଡୋଲ ଅଙ୍ଗନୱାଡ଼ି କେନ୍ଦ୍ର ପରିସରରେ ଆନ୍ତର୍ଜାତୀୟ କନ୍ୟା ସନ୍ତାନ ଦିବସ ପାଳନ ହୋଇଥିଲା । ମହିଳା ପରିଦର୍ଶିକା ପଦ୍ମାବତୀ ସାହୁ ଙ୍କ ଅଧ୍ୟକ୍ଷତା ଏବଂ ଆବାହକତ୍ୱରେ ମୁଖ୍ୟ ଅତିଥି ଭାବେ ଗୋଲାମୁଣ୍ଡା ପ୍ରକଳ୍ପ ର ଶିଶୁ ଓ ମହିଳା ବିକାଶ ପ୍ରକଳ୍ପ ଅଧିକାରିଣୀ ଶ୍ରୀମତୀ କେ ଉଷା ଲକ୍ଷ୍ମୀ ,ସମ୍ମାନିତ ଅତିଥି , କେଗାଁ ମଣ୍ଡଳ ମହିଳା ପରିଦର୍ଶିକା ଶାନ୍ତି ମଙ୍ଗରାଜ ,ଗୋଲାମୁଣ୍ଡା ମଣ୍ଡଳ ମହିଲା ପରିଦର୍ଶିକା ମଞ୍ଜୁଲତା ପଟ୍ଟନାୟକ , ମୁଖ୍ୟୁ ବକ୍ତା ଭାବେ ବଡ଼ଚେରଗାଁ ମଣ୍ଡଳ ମହିଳା ପରିଦର୍ଶିକା ଗୀତା ବେହେରା ,ଏ ଏନଏମ ଶ୍ରୀମତୀ ମଥୁରା ତାଣ୍ଡି , ହେଲତ ୱାର୍କର ରୋଶନ ଠାକୁର ଯୋଗ ଦେଇଥିବା ବେଳେ ପୋଷଣ ସାର ହିମାଂଶୁ ବଗର୍ତ୍ତି ସ୍ବାଗତ ଭାଷଣ ରଖି ଥିଲେ ।ଉକ୍ତ କାର୍ଯୟକ୍ରମରେ ମାନଝରି କେନ୍ଦ୍ର ଅଙ୍ଗନୱାଡ଼ି କର୍ମୀ ବେଳ ପଟେଲ , କାନ୍ଦୁଲଡଙ୍ଗରି କେନ୍ଦ୍ର ଅଙ୍ଗନୱାଡ଼ି କର୍ମୀ ଚାତୁରୀ ପଟେଲ , ଡୁଡୁକେଲ କେନ୍ଦ୍ର ଅଙ୍ଗନୱାଡ଼ି କର୍ମୀ ଲକ୍ଷ୍ମୀ ହରିଜନ ,ଦଳପଡ଼ା କେନ୍ଦ୍ର ଅଙ୍ଗନୱାଡ଼ି କର୍ମୀ ଗୋଲାପି ବାଗ, ଗ୍ରିଣ୍ଡୋଲ କେନ୍ଦ୍ର ଅଙ୍ଗନୱାଡ଼ି କର୍ମୀ ନିହାରିକ ମହାନନ୍ଦ ଏବଂ ଆଶା ବିଦୁଲତା ମାଝୀ ,ଦର୍ପଣି ମାଝୀ ଏବଂ କିଶୋରୀ ବାଳିକା ମାନେ ଉପସ୍ଥିତ ହୋଇଥିଲେ । ରାଲି ମାଧ୍ୟମ ରେ ବେଟି ବଚାଓ,ବେଟି ପଢାଓ,ବାଲ୍ୟବିବାହ କୁ ନା ,ବିଦ୍ୟାଳୟ କୁ ହଁ ନାରାବାଜି ଦେଇ ଗ୍ରାମ୍ୟ ପରିକ୍ରମା କରି ସଚେତନ କରାଯାଇଥିଲା । ପରେ ଏକ ବୈଠକ ର ଆୟୋଜନ ହୋଇଥିଲା ଏବଂ ଉପସ୍ଥିତ ଅତିଥି ମାନେ କନ୍ୟା ସନ୍ତାନ ବିଷୟ ରେ ନିଜ ନିଜର ଅଭିଭାଷଣ ରଖି ଥିଲେ ।ଏବଂ କିଶୋରୀ ବାଳିକାମାନଙ୍କ ମଧ୍ୟରେ ବିଭିନ୍ନ ବିଷୟ ରେ ପ୍ରତିଯୋଗୀତା କରାଯାଇଥିଲା ।ପ୍ରଥମ ,ଦ୍ଵିତୀୟ ,ତୃତୀୟ ସ୍ଥାନ ଅକ୍ତିଆର କରିଥିବା କିଶୋରୀ ବାଳିକାମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା

Leave a Reply

Your email address will not be published. Required fields are marked *