ଉତ୍କଳମଣି ଗୋପବନ୍ଧୁ ଙ୍କ ଜନ୍ମ ଜୟନ୍ତୀ ରେ ୩୦ ୟୁନିଟ ରକ୍ତ ସଂଗ୍ରହ
ଉତ୍କଳମଣି ଗୋପବନ୍ଧୁ ଙ୍କ ଜନ୍ମ ଜୟନ୍ତୀ ରେ ୩୦ ୟୁନିଟ ରକ୍ତ ସଂଗ୍ରହ ।ଡେଲାଙ୍ଗ,ତା.୦୯.୧୦.ଆଜି ଉତ୍କଳମଣି ଗୋପବନ୍ଧୁ ଦାସ ଙ୍କ ର ପବିତ୍ର ଜନ୍ମ ଜୟନ୍ତୀ ଅବସର ରେ ତାଙ୍କ ଜନ୍ମମାଟି ସୁଆଣ୍ଡୋ ଠାରେ ଏକ ରକ୍ତଦାନ ଶିବିର ଆୟୋଜିତ ହୋଇ ଯାଇଛି । ଉକ୍ତ ଶିବିର ଟି ସୁଆଣ୍ଡୋ ଗ୍ରାମ ସ୍ଥିତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ଆୟୋଜିତ ହୋଇଥିଲା । ଶିବିର ଟି ର ଶୁଭାରମ୍ଭ ସତ୍ୟବାଦୀ ବିଧାୟକ ଓମ୍ ପ୍ରକାଶ ମିଶ୍ର , ଏମସ୍ ଦିଲ୍ଲୀ ର ପ୍ରାକ୍ତନ ଅଧକ୍ଷ ଡଃ.ଅଶୋକ କୁମାର ମହାପାତ୍ର , ସମାଜସେବୀ ବଦ୍ରି ମିଶ୍ର ଓ ସୁଦର୍ଶନ ପ୍ରଧାନ କରିଥିଲେ । ପ୍ରଥମେ ଅତିଥି ମାନେ ବିଦ୍ୟାଳୟ ପରିସର ରେ ଥିବା ଗୋପବନ୍ଧୁ ଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରିଥିଲେ । ରକ୍ତଦାନ ଶିବିର ଟି ରେଡକ୍ରସ କଟକ ଶାଖା ର ସହଯୋଗ ରେ କରାଯାଇଥିଲା ।ରେଡକ୍ରସ କଟକ ଶାଖାର ର ଡଃ. କିଶୋର ଚନ୍ଦ୍ର ବେହେରା , ଲ୍ୟାବ୍ ଟେକ୍ନିସିଆନ ରଞ୍ଜନ କୁମାର ଦାସ ,ପ୍ରସନ୍ନ କୁମାର ସ୍ବାଇଁ ଓ ସଂଯୋଜକ ଅଭିନାଶ ଦାସ ଶିବିର ଟି ରେ ସମସ୍ତ ବୈଷୟିକ ସହାୟତା କରିଥିଲେ । କାର୍ଯ୍ୟକ୍ରମ ଟି ର ସମ୍ପୁର୍ଣ୍ଣ ପରିଚାଳନା ” ସ୍ବରାଜ ବ୍ଲଡ଼ ଡୋନର ଗ୍ରୁପ ” ଦ୍ଵାରା ହୋଇଥିଲା । ଦୀର୍ଘ ଦିନ ଧରି ରାଜ୍ୟ ସ୍ତର ରେ ବିଭିନ୍ନ ଜିଲ୍ଲା ର ସରକାରୀ ଓ ବେସରକାରୀ ଚିକିତ୍ସାଳୟ ଗୁଡ଼ିକ ରେ ଏହି ଗ୍ରୁପ ନିଜର ରକ୍ତଦାତା ମାନ ଙ୍କ ଦ୍ଵାରା ସିଧାସଳଖ ଭାବେ ରକ୍ତ ଯୋଗାଇ ଆସୁଛି ।ଗ୍ରୁପ ର ଏଭଳି ମହତ କାର୍ଯ୍ୟ ପାଇଁ ଅତିଥି ମାନେ ମୁଖ୍ୟ ପରିଚାଳକ ସୁଶାନ୍ତ କୁମାର ରଥ ଓ ପଦ୍ମ ଲୋଚନ ମହାପାତ୍ର ଙ୍କୁ ଭୂୟସୀ ପ୍ରଶଂସା କରିବା ସହ ଆଗାମୀ ଦିନରେ ସମସ୍ତ ପ୍ରକାର ସହଯୋଗ ଯୋଗାଇଦେବା ପାଇଁ ପ୍ରତିଶ୍ରୁତି ପ୍ରଦାନ କରିଥିଲେ । ଏହି ଶିବିର ରେ ସର୍ବମୋଟ ୩୦ ୟୁନିଟ ରକ୍ତ ସଂଗୃହିତ ହୋଇଥିଲା ।ଗ୍ରାମ ର ଯୁବ ସମାଜସେବୀ ଶୁଭାଶିଷ ଦାସ , ଗୌରିଶଙ୍କର ଦାସ , ରଶ୍ମିକାନ୍ତ ନନ୍ଦ , ସୁକାନ୍ତ ବିଶ୍ଵାଳ , ପ୍ରଶାନ୍ତ ନାୟକ ପ୍ରମୁଖ ରକ୍ତଦାତା ମାନ ଙ୍କ ସ୍ବାସ୍ଥ୍ୟ ର ଯତ୍ନ ନେବା ସହ ରକ୍ତଦାନ ପରବର୍ତ୍ତୀ ସତର୍କତା ଉପରେ ସଚେତନ କରାଇଥିଲେ । ଏହି କାର୍ଯ୍ୟକ୍ରମ ରେ ନୀଳକଣ୍ଠ ବାରିକ ,ଟିକିନା ମିଶ୍ର , ଚିନ୍ମୟୀ ରଥ ସମସ୍ତ ରକ୍ତଦାତା ମାନ ଙ୍କୁ ପରିଚୟ ପତ୍ରିକା ଓ ପ୍ରମାଣ ପତ୍ର ବଣ୍ଟନ କରିଥିଲେ । ରୋଜାଲିନ ମିଶ୍ର , ଆକାଶ ସୁବୁଦ୍ଧି , ଅଜୟ ମୁଦୁଲି ,ସୌମେନ୍ଦ୍ର ମିଶ୍ର ପ୍ରମୁଖ ରକ୍ତଦାନ କରିଥିଲେ ।
