ଆମ୍ବେଦକର ଏସି ,ଏଷ୍ଟି ସାମ୍ବାଦିକ ସଂଘ ଗଠନ ଗୋଲାମୁଣ୍ଡା

୧୧/୧୦(କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଭୁକ୍ତ ଦଶପୂର୍ ଗ୍ରାମ ପଞ୍ଚାୟତ ଅଧିନସ୍ତ ଗଞ୍ଜାପଡ଼ା ସ୍ଥିତ ଧାନ ମଣ୍ଡି ପରିସରରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଉକ୍ତ ସଭା ରେ ଆଦିବାସୀ ସଂଘ ର ପୂର୍ବତନ ସଭାପତି ଶ୍ରୀଯୁକ୍ତ ଜନ୍ମେଜୟ ମାଝୀ ସଭାପତି ତୁଲାଇ ଥିବା ବେଳେ ସମ୍ମାନିତ ଅତିଥି ଭାବେ ବରିଷ୍ଟ ସାମ୍ବାଦୀକ ସରୋଜ କୁମାର ମୁଣ୍ଡ ଏବଂ ଜନ୍ମେଜୟ ନାଏକ ସଭା ପରିଚଳନା କରିଥିଲେ । ଆଜିକାର ସଭାରେ ସଭାପତିତ୍ବ କରିଥିବା ଶ୍ରୀଯୁକ୍ତ ଜନ୍ମେଜୟ ମାଝୀ ଏବଂ ସମ୍ମାନିତ ଅତିଥି ସରୋଜ କୁମାର ମୁଣ୍ଡ ଙ୍କୁ ଉପଢୋକନ୍ ଦେଇ ସମ୍ମାନିତ କରାଯାଇଥିଲା ।ସର୍ବ ପ୍ରଥମେ ବାବା ସାହେବ ଙ୍କ ଫଟୋ ଚିତ୍ର ରେ ଧୂପ ଦୀପ ପୁଷ୍ପ ମାଲ୍ୟ ଅର୍ପଣ କରି ବୈଠକ ଆରମ୍ଭ କରାଯାଇଥିଲା । ଉକ୍ତ ବୈଠକ ରେ ସମସ୍ତ ଙ୍କ ନିଷ୍ପତି ଏବଂ ସହମତି କ୍ରମେ ଏକ ସଂଘ ଗଠନ କରାଯାଇଥିଲା ସମସ୍ତ ଙ୍କ ନିଷ୍ପତି କ୍ରମେ ଆମ୍ବେଦକର ଏସି ଏସ୍ଟି ସାମ୍ବାଦିକ ସଂଘ ନାମ ରେ ନାମିତ କରାଗଲା । ଏବଂ ସଂଘ୍ ର କମିଟି ଗଠନ କରା ଯାଇଥିଲା । ସମସ୍ତ ଙ୍କ ସହମତି କ୍ରମେ ଶ୍ରୀଯୁକ୍ତ ରାମ କୁମାର ସେନାପତି ଙ୍କୁ ସଂଘ ର ସଭାପତି ରୂପେ ଚୟନ କରାଯାଇଥିବା ବେଳେ ଉପସଭାପତି ଭାବେ ନିଆମ୍ ମାଝୀ ଏବଂ ସୁରେନ୍ଦ୍ର ଭୋଇ , ସମ୍ପାଦକ ଭାବେ ସନ୍ତୋଷ ମାଝୀ ଓ ସହ ସମ୍ପାଦକ ପଦବୀ ରେ କୃଷ୍ଣ ଚନ୍ଦ୍ର ମହାନନ୍ଦ ଏବଂ କୋଷାଧ୍ୟକ୍ଷ ଭାବେ ଦୀପକ ଭତ୍ରିଆ ,ସହକାରୀ କୋଷାଧ୍ୟକ୍ଷ ରେ କପୂର୍ଚନ ସେଠିଆ ,ଏବଂ ଜନ୍ମେଜୟ ନାଏକ ,ଜନ୍ମେଜୟ ମାଝୀ ଏବଂ ସରୋଜ କୁମାର ମୁଣ୍ଡ ଙ୍କୁ ଉପଦେଷ୍ଟା ରୂପେ ସର୍ବ ସମ୍ମତି କ୍ରମେ ଚୟନ କରାଗଲା । ଡମ୍ବରୁ ଧର ଜାଲ, ଭୂଜ ରାଜ ମଙ୍ଗରାଜ ,ପିତାମ୍ବର ବେହେରା ,ଉଦିଆ ନିଆଲ,ମୁରଲୀଧର ବାଗ,ବୈକୁଣ୍ଠ ନାଥ ମାଝୀ ,ପ୍ରମୁଖ ଉପସ୍ଥିତ ହୋଇଥିଲେ । ସର୍ବ ଶେଷରେ ଉପସ୍ଥିତ ସମସ୍ତ ସାମ୍ବାଦିକ ମାନେ ଶପଥ ପାଠ କରି ଥିଲେ । ଯଦି ସଂଘ ର ନିଅମାବଳି ଅନୁସାରେ ନ ଚଳିବା କିମ୍ବା ସଂଘ ର ଖିଲାପ କରନ୍ତି ତା ହେଲେ ସଂଘରୁ ବହିସ୍କାର କରାଯିବା ବୋଲି ନିଷ୍ପତି ନିଆଯାଇଥିଲା। ସଂଘର ଉପଦେଷ୍ଟା ଜନ୍ମେଜୟ ମାଝୀ ସଂଘ କୁ ୨୧୦ ଟଙ୍କା ସହାୟତା କରିଥିବା ବେଳେ କୋଷାଧ୍ୟକ୍ଷ ଦୀପକ ଭତ୍ରିଆ ମଧ୍ୟ ସଂଘ କୁ ୫୦୦ ଟଙ୍କା ସହଯୋଗ କରିବା ସହ ସାମ୍ବାଦିକ ଡମ୍ବରୁଧର ଜାଲ ଙ୍କ ଗୋଡ଼ ରେ ଭୟଙ୍କର ଆଘାତ ହେଇଥିବା ଯୋଗୁଁ ଚାଲିପାରୁ ନଥିବାରୁ ତାଙ୍କୁ ମଧ୍ୟ ଚିକିତ୍ସା ନିମନ୍ତେ ୧୦୦୦ ଟଙ୍କା ସହାୟତା ରାଶି ପ୍ରଦାନ କରିଥିଲେ । ପରି ଶେଷରେ ଉଦିଆ ନିଆଲ୍ ସଭା ରେ ଉପସ୍ଥିତ ସମସ୍ତ ଙ୍କୁ ଧନ୍ୟବାଦ୍ ଦେଇ ସଭା ସ୍ଵାଙ୍ଗ କରିଥିଲେ ।

Leave a Reply

Your email address will not be published. Required fields are marked *