ନିମାପଡା ସଂସ୍କାର ଶିକ୍ଷା ଅନୁଷ୍ଠାନ ପକ୍ଷରୁ ପବିତ୍ର ଦଶହରାର ଶୁଭେଚ୍ଛା ଶୁଭକାମନା।
ଦଶହରା ଅବସରରେ ସଂସ୍କାର ଶିକ୍ଷା ଅନୁଷ୍ଠାନ ତାର ଅଷ୍ଟମ ବାର୍ଷିକ ଉତ୍ସବ ପାଳନ କରିଛି।ଏହି ଉତ୍ସବରେ ସମସ୍ତ ଛାତ୍ର ଛାତ୍ରୀ ଅଭିଭାବକ ମାନେ ଯୋଗ ଦେଇଥିଲେ। ପିଲାମାନଙ୍କ ଭବିଷ୍ୟତ ଆଗାମୀ ଦିନରେ କିପରି ଉଜ୍ବଳମୟ ହେବ ସେଥି ପ୍ରତି ସଂସ୍କାର ଶିକ୍ଷା ଅନୁଷ୍ଠାନର ଗୁରୁ ଦାୟିତ୍ଵ ଅଛି ବୋଲି ଅନୁଷ୍ଠାନର ମୂଖ୍ୟ ପରିଚାଳକ ଗୌରୀଶଙ୍କର ମହାପାତ୍ର କହିଛନ୍ତି। ସଂସ୍କାର ଅନୁଷ୍ଠାନର ଛାତ୍ର ଛାତ୍ରୀ ମାନେ ଭଲ ପାଠ ପଢି ଭଲ ମଣିଷ ହେଵା ପାଇଁ ଅଧ୍ୟକ୍ଷ ଗୌରୀ ଶଙ୍କର ମହାପାତ୍ର ପିଲା ମାନଙ୍କୁ ଶପଥ ପାଠ କରାଇ ଥିଲେ। ଛାତ୍ର ଛାତ୍ରୀ ମାନଙ୍କର ଉଜ୍ଜଳ ଭବିଷ୍ୟତ ପାଇଁ ସଂସ୍କାର ଶିକ୍ଷା ଅନୁଷ୍ଠାନ ଉନ୍ନତ ମାନର ଶିକ୍ଷା ସହ ସଂସ୍କାର ଦେଇଥାଏ ବୋଲି ଅଧ୍ୟକ୍ଷ ମତବ୍ୟକ୍ତ କରିଛନ୍ତି।

ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଈଶ୍ୱର ଚନ୍ଦ୍ର ନାୟକ ଭାରତର ସ୍ବନାମଧନ୍ୟ ହୃଦରୋଗ ବିଶେଷାଙଜ୍ଞ ପ୍ରଭାତ କୁମାର ଦାସ ଅଭିନେତା ଅଙ୍କିତ ମହାପାତ୍ର. ପ୍ରଧ୍ୟାପକ ଦେବେନ୍ଦ୍ର ପଣ୍ଡା ଚେୟାରମ୍ୟାନ ଗୌରୀ ଶଙ୍କର ମହାପାତ୍ର ପ୍ରମୁଖ ଯୋଗ ଦେଇଥିଲେ। ଶିକ୍ଷା ଅନୁଷ୍ଠାନର ଛାତ୍ର ଛାତ୍ରୀ ଅଭିଭାବକ ମାନଙ୍କ ଉପସ୍ଥିତିରେ ଉତ୍ସବଟି ବେଶ୍ ଧୁମ ଧାମରେ ପାଳନ କରାଯାଇଥିଲା। ଦୁର୍ଗତିନାଶିନୀ ମା ଦୁର୍ଗା ସମସ୍ତଙ୍କର ମଙ୍ଗଳ କରନ୍ତୁ। ଏହା ହିଁ ସଂସ୍କାର ଶିକ୍ଷା ଅନୁଷ୍ଠାନର କାମନା।
