ମଧ୍ୟପ୍ରଦେଶରେ ୨୨୩ଟି ସେତୁ ନିର୍ମାଣ ପାଇଁ ୬୪୩.୧୪ କୋଟି ଟଙ୍କା ମଞ୍ଜୁର କଲେ କେନ୍ଦ୍ର ସରକାର

ମଧ୍ୟପ୍ରଦେଶରେ ୨୨୩ଟି ସେତୁ ନିର୍ମାଣ ପାଇଁ ୬୪୩.୧୪ କୋଟି ଟଙ୍କା ମଞ୍ଜୁର କଲେ କେନ୍ଦ୍ର ସରକାର l କେନ୍ଦ୍ରମନ୍ତ୍ରୀ ଶ୍ରୀ ଶିବରାଜ ସିଂହ ଚୌହାନ ଓ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଡ. ମୋହନ ଯାଦବଙ୍କ ମଧ୍ୟରେ ଉଚ୍ଚସ୍ତରୀୟ ବୈଠକକେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ତଥା ଗ୍ରାମୀଣ ବିକାଶ ମନ୍ତ୍ରୀ ଶିବରାଜ ସିଂହ ଚୌହାନ ଆଜି ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଡ. ମୋହନ ଯାଦବଙ୍କ ସହ ଏକ ବିସ୍ତୃତ ଓ ଫଳପ୍ରଦ ବୈଠକ କରିଛନ୍ତି। ଏଥିରେ ମଧ୍ୟପ୍ରଦେଶର ସରକାରଙ୍କ ମନ୍ତ୍ରୀ ପ୍ରହ୍ଲାଦ ସିଂହ ପଟେଲ ଓ ଐଦଲ ସିଂହ କଂସାନାଙ୍କ ସମେତ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ମଧ୍ୟପ୍ରଦେଶରେ କୃଷି ବିକାଶକୁ ତ୍ୱରାନ୍ୱିତ କରିବା ଏବଂ ଗ୍ରାମୀଣ ଭିତ୍ତିଭୂମିକୁ ସୁଦୃଢ଼ କରିବା ଉଦ୍ଦେଶ୍ୟରେ ଉପସ୍ଥାପିତ ପ୍ରମୁଖ ପ୍ରସ୍ତାବଗୁଡ଼ିକର ସମୀକ୍ଷା କରାଯାଇଥିଲା।ମୁଖ୍ୟମନ୍ତ୍ରୀ ଡ. ମୋହନ ଯାଦବ ଓ ତାଙ୍କ ଟିମକୁ ରାଜ୍ୟ ବିକାଶ ପ୍ରତି ସକ୍ରିୟ ଆଭିମୁଖ୍ୟକୁ ପ୍ରଶଂସା କରି ଶ୍ରୀ ଚୌହାନ କହିଥିଲେ ଯେ, ବୈଠକରେ ସଡ଼କ, ସେତୁ, ଗୃହ ନିର୍ମାଣ, ଜଳସେଚନ ଏବଂ ବିଭିନ୍ନ କେନ୍ଦ୍ରୀୟ ଯୋଜନା ସମ୍ପର୍କିତ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପସ୍ଥାପନ କରାଯାଇଛି। ବୈଠକର ପ୍ରମୁଖ ନିଷ୍ପତ୍ତି ଓ ମୁଖ୍ୟ ବିଷୟସେତୁ ଓ ସଡ଼କ ଭିତ୍ତିଭୂମିକୁ ମଞ୍ଜୁରି: ଗ୍ରାମୀଣ ଯୋଗାଯୋଗ ବ୍ୟବସ୍ଥାକୁ ସୁଦୃଢ଼ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ କେନ୍ଦ୍ର ସରକାର ମଧ୍ୟପ୍ରଦେଶରେ ୨୨୩ଟି ସେତୁ ନିର୍ମାଣ ପାଇଁ ୬୪୩.୧୪ କୋଟି ଟଙ୍କା ମଞ୍ଜୁର କରିଛନ୍ତି। ଏଥିସହ ପ୍ରାୟ ୬୦୦ କୋଟି ଟଙ୍କାର ସଡ଼କ ନିର୍ମାଣ ପ୍ରକଳ୍ପ ସମ୍ପର୍କିତ ପ୍ରସ୍ତାବ ମଧ୍ୟ ବୈଠକରେ ଉପସ୍ଥାପିତ ହେବା ସହ ଆଲୋଚନା ହୋଇଥିଲା।ବୈଜ୍ଞାନିକ କୃଷି ମଡେଲ୍: କୃଷି ଉତ୍ପାଦନ ବୃଦ୍ଧି ଓ ଦୀର୍ଘମିଆଦୀ ସ୍ଥାୟୀ କୃଷି ପଦ୍ଧତିକୁ ପ୍ରୋତ୍ସାହନ ଦେବା ପାଇଁ କୃଷି ବୈଜ୍ଞାନିକଙ୍କ ସହଯୋଗରେ ମଧ୍ୟପ୍ରଦେଶ ପାଇଁ ଏକ ସ୍ୱତନ୍ତ୍ର ବୈଜ୍ଞାନିକ କୃଷି ମଡେଲ୍ ପ୍ରସ୍ତୁତ କରାଯିବ ବୋଲି ଶ୍ରୀ ଚୌହାନ ଘୋଷଣା କରିଛନ୍ତି।କୃଷି କ୍ଲଷ୍ଟର ଓ ଉତ୍କର୍ଷ କେନ୍ଦ୍ର: ଆଧୁନିକ କୃଷି ପଦ୍ଧତି ଏବଂ କୃଷିଜାତ ଉତ୍ପାଦର ମୂଲ୍ୟବୃଦ୍ଧିକୁ ପ୍ରୋତ୍ସାହିତ କରିବା ପାଇଁ ମଧ୍ୟପ୍ରଦେଶକୁ ଦୁଇଟି କୃଷି କ୍ଲଷ୍ଟର ଓ ଦୁଇଟି ଉତ୍କର୍ଷ କେନ୍ଦ୍ର ପ୍ରଦାନ କରାଯିବ।କ୍ଲିନ୍ ପ୍ଲାଣ୍ଟ କାର୍ଯ୍ୟକ୍ରମ: ଚାଷୀଙ୍କୁ ରୋଗମୁକ୍ତ ଓ ଉଚ୍ଚମାନର ଚାରା ଯୋଗାଇବା ଉଦ୍ଦେଶ୍ୟରେ ମଧ୍ୟପ୍ରଦେଶରେ କ୍ଲିନ୍ ପ୍ଲାଣ୍ଟ କାର୍ଯ୍ୟକ୍ରମ ଅଧୀନରେ ସ୍ୱତନ୍ତ୍ର ନର୍ସରୀ ବିକଶିତ କରାଯିବ।କ୍ଷୁଦ୍ର ଜଳସେଚନ ଓ ଜଳସେଚନ କ୍ଷେତ୍ରକୁ ସହାୟତା: ଜଳସେଚନ କ୍ଷେତ୍ରରେ ମଧ୍ୟପ୍ରଦେଶର ଉଲ୍ଲେଖନୀୟ ଓ ଅଭୂତପୂର୍ବ କାର୍ଯ୍ୟକୁ ପ୍ରଶଂସା କରି କେନ୍ଦ୍ରମନ୍ତ୍ରୀ କହିଥିଲେ ଯେ, ‘ପ୍ରତି ବୁନ୍ଦାରେ ଅଧିକ ଫସଲ’ (ପିଡିଏମସି) ଯୋଜନା ଅଧୀନରେ ବ୍ୟାପକ ସହାୟତା ଯୋଗାଇବା ନେଇ ବୈଠକରେ ବିସ୍ତୃତ ଆଲୋଚନା ହୋଇଛି। ଏଥିସହ ରାଜ୍ୟ ପକ୍ଷରୁ ଉପସ୍ଥାପିତ ଜଳସେଚନ ସମ୍ପର୍କିତ ଅନ୍ୟାନ୍ୟ ପ୍ରସ୍ତାବର ପ୍ରଭାବଶାଳୀ ସମାଧାନ ଖୋଜିବା ନେଇ ମଧ୍ୟ ବିଚାରବିମର୍ଶ କରାଯାଇଛି।

Leave a Reply

Your email address will not be published. Required fields are marked *