ଜାନକୀ ବଲ୍ଲଭ ପଟ୍ଟନାୟକ ଉଦ୍ୟାନ ପରିସରରେ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଅଛି।

ଖୋର୍ଦ୍ଧା ପାଇକ ମାଟିର ସୁଯୋଗ୍ୟ ସନ୍ତାନ ବିଶିଷ୍ଟ ସମାଜସେବୀ ତଥା ବରିଷ୍ଟ କଂଗ୍ରେସ ନେତା ସ୍ବର୍ଗତ ପଦ୍ମଚରଣ ରାୟଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକ ଅବସରରେ ଖୋରଧା ବ୍ଲକ୍ କଂଗ୍ରେସ ପକ୍ଷରୁ ଖୋରଧା ସ୍ଥିତ ଜାନକୀ ବଲ୍ଲଭ ପଟ୍ଟନାୟକ ଉଦ୍ୟାନ ପରିସରରେ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଅଛି।ଖୋରଧା ବ୍ଲକ୍ କଂଗ୍ରେସ ଉପସଭାପତି ବିଶ୍ବ ଭୁଷଣ ଛୋଟରାୟଙ୍କ ସଭପତିତ୍ବରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ପିସିସି ସଭାପତି ଶ୍ରୀଯୁକ୍ତ ନିରଞ୍ଜନ ପଟ୍ଟନାୟକ ଉପସ୍ଥିତ ରହି ସ୍ବର୍ଗତ ରାୟ କିଭଳି ଆଜୀବନ କଂଗ୍ରେସ ଦଳରେ ନିଜକୁ ସାମିଲ କରି ଦୁଃଖୀ ରାଙ୍କୀ ଓ ନିରୀହ ଜନତାଙ୍କ ସେବା କରିବାର ମାନସିକତା ଥିଲା ଆଜିକାର ଯୁବ ସମାଜ ଶିଖିବା ଦରକାର ବୋଲି ମତ ବ୍ୟକ୍ତ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଜଟଣୀର ପୂର୍ବତନ ବିଧାୟକ ଶ୍ରୀ ସୁରେଶ କୁମାର ରାଉତରାୟ,ପୂର୍ବତନ ଜିଲ୍ଲା ପରିଷଦ ଅଧକ୍ଷ ରାମଚନ୍ଦ୍ର ମହାପାତ୍ର,ପୂର୍ବତନ ଜିଲ୍ଲା କଂଗ୍ରେସ ସଭାପତି ଜାନକୀ ବଲ୍ଲଭ ପଟ୍ଟନାୟକ କନିଷ୍ଠ,ଆଇନଜୀବୀ,ଟାଙ୍ଗୀ ବ୍ଲକ କଂଗ୍ରେସ ସଭାପତି ସୁକାନ୍ତ ରାଉତ,ଶିଶିର ପରିଡା,ଗୁରୁ ଚରଣ ପଟ୍ଟନାୟକ,ସୁନିଲ ନରେନ୍ଦ୍ର,ପ୍ରମୋଦ କିଶୋର ପଟ୍ଟନାୟକ ପ୍ରମୁଖ ଯୋଗା ଦେଈ ତାଙ୍କ ଉଦେଶ୍ୟରେ ମତ ବ୍ୟକ୍ତ କରିଥିଲେ। ଏତଦ୍ ବ୍ୟତୀତ କାର୍ଯ୍ୟକ୍ରମରେ ଯୋଗା ଦେଈ ଥିବା ସମସ୍ତ ଅତିଥି ମାନଙ୍କ ଦ୍ବାରା ଉଦ୍ୟାନ ପରିସରରେ ବିଭିନ୍ନ ପ୍ରଜାତିର,ବୃକ୍ଷ ରୋପଣ କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ଶିଳାଦିତ୍ୟ ପଟ୍ଟନାୟକ,ସ୍ମିତ ରଞ୍ଜନ ବଳିୟାରସିଂହ,ପୁଲିନ ବିହାରୀ ଦାସ,ନିରାକାର ବଳିୟାରସିଂହ ଓ ଅଂକିତ ଶତପଥୀ ପ୍ରମୁଖ ପରିଚାଳନା କରିଥିଲେ।

Leave a Reply

Your email address will not be published. Required fields are marked *