ବିଶ୍ୱ ମସ୍ତିଷ୍କ ସ୍ୱାସ୍ଥ୍ୟ ଦିବସ ପାଳିତ

ତା :- ୧୦.୧୦.୨୦୨୧ ରିଖ ରବିବାର ଦିନ ନୟାଗଡ ଜିଲ୍ଲାର ଏକ ସୁଦୃଢ ସ୍ବେଛାସେବୀ ଅନୁଷ୍ଠାନ “ସେବା” ଠାରେ ବିଶ୍ଵ ମସ୍ତିଷ୍କ ସ୍ବାସ୍ଥ୍ୟ ଦିବସ ପାଳନ କରା ଯାଇଛି। ଉକ୍ତ କାର୍ଯକ୍ରମ ରେ ମୁଖ୍ୟ ଅତିଥି ଭାବେ ନୟାଗଡ଼ ଜିଲ୍ଲାର ମୁଖ୍ୟ ବିଚାର ବିଭାଗୀୟ ବିଚାରପତି, ଶ୍ରୀମତୀ ପ୍ରଜ୍ଞା ପାରମିତା ମହାପାତ୍ର, ସମ୍ମାନିତ ଅତିଥି ରୂପେ ବରିଷ୍ଠ ଦିୱାନି ବିଚାରପତି ଶ୍ରୀଯୁକ୍ତ ପବିତ୍ରାନନ୍ଦ ପ୍ରଧାନ , ଅନ୍ୟ ସମ୍ମାନିତ ଅତିଥି ରୂପେ ସେବା ର ସାଧାରଣ ସମ୍ପାଦକ ଶ୍ରୀଯୁକ୍ତ ଅମରେନ୍ଦ୍ର କୁମାର ଦାସ ପରିଜା, ଅନ୍ୟ ସମ୍ମାନିତ ଅତିଥି ରୂପେ ସେବା ର ଉପ ସଭାପତି ଶ୍ରୀଯୁକ୍ତ ସଞ୍ଜୟ କୁମାର ସୁବୁଦ୍ଧି ଓ ମୁଖ୍ୟ ବକ୍ତା ରୂପେ ସେବା ମାନସିକ ଅନଗ୍ରସର ବିଦ୍ୟାଳୟ ର ଅଧ୍ୟକ୍ଷ ଶ୍ରୀଯୁକ୍ତ ବୈକୁଣ୍ଠ ନାଥ ମହାପାତ୍ର ଯୋଗ ଦେଇଥିଲେ। ଉକ୍ତ କାର୍ଯକ୍ରମ ରେ ଆମନ୍ତ୍ରିତ ଅତିଥି ଗଣ ମାନସିକ ଅନଗ୍ରସର ଶିଶୁ ମାନଙ୍କ ପାଇଁ ସରକାରଙ୍କ ତରଫରୁ ଥିବା ସୁବିଧା,ସୁଯୋଗ ଓ ଆଇନ ସଂପର୍କରେ ଉପସ୍ଥିତ ଅଂଶଗ୍ରଣକାରୀଙ୍କୁ ବୁଝାଇ ଥିଲେ। ଶେଷରେ ସେବା ମାନସିକ ଅନଗ୍ରସର ବିଦ୍ୟାଳୟ ର ଅଧ୍ୟକ୍ଷ ଶ୍ରୀଯୁକ୍ତ ବୈକୁଣ୍ଠ ନାଥ ମହାପାତ୍ର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରି ସଭା ସାଙ୍ଗ କରିଥିଲେ।
ରିପୋର୍ଟ -ରାମକୃଷ୍ଣ ରଥ “ତୀର୍ଥକ୍ଷେତ୍ର”, ନୟାଗଡ଼।

Leave a Reply

Your email address will not be published. Required fields are marked *