ଦଶମ ଶାରଦୀୟ ଉତ୍ସବ ଓ ରାବଣ ପୋଡ଼ି ।

ବରିଷ୍ଠ ବିଜେପି ନେତା ତଥା ଭାରତୀୟ ତୈଳ ନିଗମ ନିର୍ଦେଶକ ସୁଦୀପ୍ତ ରାୟଙ୍କ ନେତୃତ୍ୱରେ..ଜଟଣୀ ଥାନା ଛକ ଯାତ୍ରା ପଡିଆରେ ଦଶମ ଶାରଦୀୟ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି..ଏହି ଉତ୍ସବର ମୁଖ୍ୟ ଆକର୍ଷଣ ଥିଲା ରାବଣ ପୋଡି କାର୍ଯ୍ୟକ୍ରମ.. ଏହି କାର୍ଯ୍ୟକ୍ରମରେ ଏକ ବିଶାଳକାୟ ରାବଣ ପ୍ରତିମୂର୍ତ୍ତିକୁ ଅଗ୍ନି ସଂଯୋଗ କରି ପୋଡା ଯାଇଥିଲା.. ଏହି ଶାରଦୀୟ ଉତ୍ସବରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା.. ଏହା ସହିତ ଏହି କାର୍ଯ୍ୟକ୍ରମରେ ମେଧାବୀ ଛାତ୍ରଛାତ୍ରୀ, କଳାକାର ବୁଦ୍ଧିଜିବି ଏବଂ ଜଟଣୀର ବିଭିନ୍ନ ଗଣେଶ ପୂଜା ମଣ୍ଡପର ସଭାପତି ଓ ସମ୍ପାଦକଙ୍କୁ ସମ୍ମାନିତ କରାଯାଇଥିଲା.. ଏହି ଉତ୍ସବରେ ବହୁ ବୁଦ୍ଧିଜିବି, ବିଭିନ୍ନ ଅନୁଷ୍ଠାନର କର୍ମକର୍ତ୍ତା ଓ ପାଞ୍ଚ ହଜାରରୁ ଉର୍ଦ୍ଧ୍ୱ ସାଧାରଣ ଜନତା ଯୋଗ ଦେଇଥିଲେ.. ।

ସାହାବୁଦ୍ଦିନ ଖାଁ ଙ୍କ ରିପୋର୍ଟ ।

Leave a Reply

Your email address will not be published. Required fields are marked *