ଡ଼ଃ ଅଚ୍ୟୁତ ସାମନ୍ତ ଙ୍କ ୧୯୮୦ ମସିହା ବ୍ୟାଚ ର ୪୪ ତମ ଶାରଦୀୟ ବନ୍ଧୁ ମିଳନ ଉତ୍ସବ ଅନୁଷ୍ଠିତ
ଜଗତସିଂହପୁର ଜିଲ୍ଲା ରଘୁନାଥପୁର ବ୍ଲକ ପୂର୍ଣ୍ଣ ଚନ୍ଦ୍ର ବିଦ୍ୟା ମନ୍ଦୀର ଠାରେ ରଘୁନାଥପୁର ସ୍କୁଲ ର ୧୯୮୦ ମସିହା ବ୍ୟାଚ ର ୪୪ ତମ ଶାରଦୀୟ ବନ୍ଧୁ ମିଳନ ଉତ୍ସବ ସ୍କୁଲ ର ପୁରାତନ ଛାତ୍ର ତଥା ସତ୍ୟବାଦୀ ଶିକ୍ଷ୍ୟା ସେତୁ ର ସଭାପତି ତଥା ବରିଷ୍ଠ ସାମ୍ବାଦିକ ବିଜୟ କୁମାର ସ୍ୱାଇଁ ଙ୍କ ଅଧକ୍ଷ୍ୟାତIରେ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ୧୯୮୦ ମସିହା ର ଛାତ୍ର ତଥା କୀଟ,କିଶ,କୀମସ ଓ ଆଦର୍ଶ ଗ୍ରାମ କଲରାବIଙ୍କ ର ପ୍ରାଣ ପ୍ରତିଷ୍ଠାତା ପ୍ରଫେସର ଡକ୍ଟର ଅଛୁତ ସାମନ୍ତ ଯୋଗଦେଇ ସହପାଠୀ ମାନଂକୁ ଏକଜୁଟ ହୋଇ କାମ କରିବାକୁ ପରାମର୍ଶ ଦେଇଥିଲେ। ବିପଦ ବେଳର ବନ୍ଧୁ ହିଁ ପ୍ରକୁତ ବନ୍ଧୁ ବୋଲି କହିଥିଲେ । ପୁରାତନ ଛାତ୍ର ଛାତ୍ରୀ ଓ ସ୍କୁଲ ପକ୍ଷରୁ ଡକ୍ଟର ସାମନ୍ତଙ୍କୁ ପୁଷ୍ପଗୁଛ ,ଉତ୍ତରୀୟ ଦିଆଯାଇ “ବିଶ୍ଵରତ୍ନ “ସଂମାନ ରେ ସାନମାନିତ କରାଯାଇ ଥିଲା ।ଏଥିରେ ବହୁ ପୁରାତନ ଛାତ୍ର ଛାତ୍ରୀ ମାନେ ଯୋଗଦେଇ ପରସ୍ପର ମଧ୍ୟରେ ଭାବ ର ଆଦାନ ପ୍ରଦାନ କରିଥିଲେ ,ଓ ପରସ୍ପର ମଧ୍ୟରେ ସୁସମ୍ପର୍କ ସ୍ଥାପନ ପାଇଁ ଶପଥ ନେଇଥିଲେ।
