ମଧ୍ୟବିତ୍ତ ପରିବାର ମଧ୍ୟ ଏହାଦ୍ବାରା ଅତ୍ୟଧିକ ଚାପ ଗ୍ରସ୍ତ ହେଇଚନ୍ତି

ବିଭିନ୍ନ କାରଣରୁ ଯଦିଓ ପରିବା ଦରରେ ଅସ୍ବାଭାବିକ ବୃଦ୍ଧି ହୋଇ ଯେଉଁ ଭଳି ଭାବରେ ଏଥିରେ ନିଆଁ ଲାଗିଛି ଗରୀବ ଗୁରୁବା କଣ ନିମ୍ନ ମଧ୍ୟବିତ୍ତ ଓ ମଧ୍ୟବିତ୍ତ ପରିବାର ମଧ୍ୟ ଏହାଦ୍ବାରା ଅତ୍ୟଧିକ ଚାପ ଗ୍ରସ୍ତ ହେଇଚନ୍ତି। ଫୁଡ୍ ବଜେଟ ର ଅହେତୁକ ବୃଦ୍ଧି ଅନ୍ୟାନ୍ୟ କ୍ଷେତ୍ର ଓ ଖର୍ଚ୍ଚକୁ ଏହା ସଙ୍କୁଚିତ କରିଦେଉଛି। Savings ଓ investment ଉପରେ ଏହାର ପ୍ରଭାବ ପଡୁଛି। ଫଳରେ ପରୋକ୍ଷରେ ଓ ପ୍ରତାକ୍ଷରେ ରାଜ୍ୟ ଓ ଦେଶର ଅର୍ଥନୀତି ଓ ଅଭିବୃଦ୍ଧି ଉପରେ ପ୍ରତିକୂଳ ପ୍ରଭାବ ପକାଉଛି। ସବୁଠାରୁ ଉଦବେଗ ଜନକ କଥା ହେଲା ଏହି ଅଭାବନୀୟ ଦର ବୃଦ୍ଧିର ଶ୍ରେୟ ଓ ଲାଭ ଚାଷୀ ନିକଟକୁ ଯାଉ ନାହିଁ କିମ୍ବା ଚାଷୀ ଲାଭବାନ ହେଉ ନାହିଁ। ବ୍ୟବସାୟୀ ଓ ମଧ୍ୟସ୍ଥି ଏଥିରୁ ସିଂହ ଭାଗ ମୁନାଫା କମେଇବାରେ ବ୍ୟସ୍ତ । ଏହାକୁ ନିୟନ୍ତ୍ରଣ ଓ ରେଗୁଲେସନ କରିବା ପାଇଁ ସରକାରଙ୍କ ନିକଟରେ କୌଣସି ନିର୍ଦ୍ଧିଷ୍ଟ mechanisim ନାହିଁ। ଯୋଗଣ ବିଭାଗର ଆତ୍ମ ବିଶ୍ୱାସ ଓ ଇଚ୍ଛା ଶକ୍ତି ହଜିଯାଇଛି। Vegetable ମଣ୍ଡି ଖୋଲିବାର ଆବଶ୍ୟକତା ଉପଲବ୍ଧି ହେଲାଣି। ନହେଲେ ଏହା ଏଭଳି ଲଗାମ ଛଡ଼ା ହୋଇ ସବୁ ବର୍ଗର ଖାଉଟିଙ୍କୁ କନ୍ଦଉଥିବ।

Leave a Reply

Your email address will not be published. Required fields are marked *