ନୂଆଁଖାଇ ପରିବାର ପକ୍ଷରୁ ବ୍ୟାସନଗର ସଂସ୍କୃତି ଭବନରେ ନୂଆଁଖାଇ ଭେଟ୍ ଘାଟ୍
ଆଜି ବ୍ୟାସନଗର ନୂଆଁଖାଇ ପରିବାରର ସଭାପତି ରତନ କୁମାର ପ୍ରଧାନ ଓ ସମ୍ପାଦକ ନେପାଲ ପଟେଲ ଙ୍କ ନେତୃତ୍ୱରେ ଆୟୋଜିତ ନୂଆଁଖାଇ ପର୍ବ କାର୍ଯ୍ୟକ୍ରମରେ ବରିଷ୍ଠ ଡାକ୍ତର ସନ୍ତୋଷ କୁମାର ପୃଷ୍ଟି ଯୋଗଦେଇ ପଶ୍ଚିମାଅଂଚଳର ପ୍ରସିଦ୍ଧ ନୂଆଁଖାଈ ପରମ୍ପରା ସମ୍ପର୍କରେ ଆଲୋଚନା କରିଥିଲେ l ପ୍ରଥମେ ନୂଆଁଖାଈ ପରିବାର ପକ୍ଷରୁ ମା ସମଲେଇଙ୍କୁ ରୀତିନୀତି ଅନୁଯାୟୀ ପୂଜାର୍ଚନା କରିବାପରେ ନୂଆ ଚୁଡା ଖାଈ ନୂଆଁଖାଇ କାର୍ଯ୍ୟକ୍ରମ ଆରମ୍ଭ ହେଇଥିଲା l

ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟ କରୁଥିବା ତିନି ଶହରୁ ଉର୍ଦ୍ଧ ପଶ୍ଚିମ ଓଡିଶା ର ଅନେକ ପରିବାର ଯୋଗଦେଇ ନୂଆଁଖାଇ ଭେଟ୍ ଘାଟ୍ କାର୍ଯ୍ୟକ୍ରମକୁ ଧୂମଧାମର ସହିତ ପାଳନ କରିଥିଲେ l ବିଶେଷ ଭାବରେ ମହିଳା, ପୁରୁଷ, ଯୁବକ ଯୁବତୀ ଓ ଛୋଟ ଛୋଟ ପିଲାମାନେ ମାନେ ସମ୍ବଲପୁରୀ ପୋଷାକ ପରିଧ୍ୟାନ କରି ନିଜ ପରମ୍ପରା ଅନୁଯାୟୀ ନାଚ ଓ ଗୀତ ବୋଲି ଅତି ଉତ୍ସାହର ସହିତ ଆଜକୁ ପାଞ୍ଚ ବର୍ଷ ହେବ ଏହି ନୂଆଁଖାଇ ଭେଟଘାଟ୍ ପାଳନ କରିଆସୁଥିବା ସୂଚନା ମିଳିଛି l
