ମେଗା ରକ୍ତଦାନ ଶିବିର ଅନୁଷ୍ଠିତ

ରକ୍ତଦାନର ଜାଗରଣକୁ ପ୍ରତିଟି ହୃଦୟରେ ସଞ୍ଚାରିତ କରିପାରିଥିବା ଏକ ଅନନ୍ୟ ଉଦାହରଣ ଗ୍ରାମ ହେଉଛି ହିଞ୍ଜିଳିକାଟୁ ବ୍ଲକ୍ ଅଧୀନ ରାଳବ ଗ୍ରାମ। ଏହି ଗ୍ରାମର ଯୁବକମାନେ ଗତ ତିନି ବର୍ଷ ମଧ୍ୟରେ ଛଅଟି ସଫଳ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜନ କରି ଅନେକ ପୀଡିତଙ୍କ ଜୀବନ ରକ୍ଷା କରିବାରେ ସହାୟକ ହୋଇଛନ୍ତି। ସେହି ନିରନ୍ତରତାକୁ ରକ୍ଷା କରିବା ଏବଂ ବ୍ରହ୍ମପୁର ରକ୍ତଭଣ୍ଡାର ର ରକ୍ତଭାବର ଦୂରୀକରଣ ଲାଗି ରାଳବ ଗ୍ରାମବାସୀ, ବିପଦର ବନ୍ଧୁ ଓଡିଶା ଏବଂ ଆମ ଓଡ଼ିଶା ମିଳିତ ଆନୁକୂଲ୍ୟରେ ତା ୨୦/୧୦/୨୦୨୪ ରିଖ ରବିବାର ଦିନ ରାଳବ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଆୟୋଜିତ ହୋଇଯାଇଛି “ସପ୍ତମ ସ୍ୱତନ୍ତ୍ର ସ୍ବେଚ୍ଛାକୃତ ରକ୍ତଦାନ ଶିବିର”।ଉକ୍ତ ଶିବିରକୁ ଗ୍ରାମର ବରିଷ୍ଠ ସମାଜସେବୀ ଗଙ୍ଗାଧର ପରିଡ଼ା ପ୍ରଦୀପ ପ୍ରଜ୍ଜ୍ୱଳନ କରି ଉଦଘାଟନ କରିଥିଲେ।ଏହି ଶିବିରରେ ଦେଖିବାକୁ ମିଳିଥିଲା ଗ୍ରାମବାସୀଙ୍କ ଅହେତୁକ ଉତ୍ସାହ ଏବଂ ସେହି ଉତ୍ସାହର ପ୍ରତିଫଳନ ସ୍ୱରୂପ ୫ ଜଣ ମହିଳା, ୩୫ ଜଣ ନୂତନ ରକ୍ତଦାତା ଓ ୨ଜଣ ଦିବ୍ୟାଙ୍ଗ ରକ୍ତଦାତା ଙ୍କ ସମେତ ଏହି ଶିବିରରେ ସର୍ବମୋଟ ୧୧୦ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା।ଏହି ଶିବିର ରେ ପ୍ରତ୍ୟେକ ରକ୍ତଦାତା ଙ୍କୁ ଉତ୍ସାହିତ କରିବା ନିମିତ୍ତ ସ୍ଵତନ୍ତ୍ର ଡ୍ରେସ୍ ଉପହାର ପ୍ରଦାନ କରାଯାଇଥିଲା। ଏହି ଶିବିରକୁ ରାଳବ ଗ୍ରାମ ଏବଂ ବିପଦର ବନ୍ଧୁ ଓଡିଶା ଅନୁଷ୍ଠାନର ପ୍ରମୁଖ ସଦସ୍ୟଙ୍କ ସୁପରିଚାଳନାରେ ଅପୂର୍ବ ସଫଳତା ପାପ୍ତ ହୋଇଛି। ଉକ୍ତ ଶିବିରରେ ବ୍ରହ୍ମପୁର ରକ୍ତଭଣ୍ଡାରର ସଦସ୍ୟମାନେ ରକ୍ତସଂଗ୍ରହ କରିଥିଲେ।ଏହି ଶିବିର ଓଡ଼ିଶାର ପୁରପଲ୍ଲୀରେ ଗ୍ରାମାଞ୍ଚଳରେ ରକ୍ତଦାନ ପ୍ରତି ସଚେତନତା ର ବାର୍ତ୍ତା ସମସ୍ତଙ୍କ ପାଇଁ ନିଶ୍ଚୟ ଉଦାହରଣ ସାଜିବ।ଏହି ଶିବିର ଆଗାମୀ ସମୟରେ ମଧ୍ୟ ରକ୍ତ ସଙ୍କଟକୁ ଆଖି ଆଗରେ ରଖି କ୍ରମାନ୍ୱୟରେ ଆୟୋଜନ କରାଯିବ ବୋଲି ଗ୍ରାମବାସୀ ତଥା ବିପଦର ବନ୍ଧୁ ଓଡ଼ିଶା ର କର୍ମକର୍ତ୍ତା ମତ୍ତ ପ୍ରକାଶ କରିଛନ୍ତି।ଏହିଭଳି ମହତ୍ କାର୍ଯ୍ୟଧାରା ତଥା ଚିନ୍ତାଧାରା ପାଇଁ ରାଳବ ଗ୍ରାମକୁ ବୁଦ୍ଧିଜୀବୀ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି।

Leave a Reply

Your email address will not be published. Required fields are marked *