ଦାନା ର ମୁକାବିଲା ପାଇଁ ଭଦ୍ରକ ରେ ପହଞ୍ଚିଲେ ଏନ ତି ଆର ଏଫ୍ ଟିମ

ସମ୍ଭାବ୍ୟ ବାତ୍ୟା ‘ଦାନା’ର ସଫଳ ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ମାର୍ଗ । ଦର୍ଶିକା ଅନୁଯାୟୀ ଭଦ୍ରକ ଜି ଜିଲ୍ଲା ପ୍ରଶାସନର ପ୍ରସ୍ତୁତି ଏକ ପ୍ରକାର ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚୁଛି । ଏହା ଯୋଗୁଁ ଆଶଙ୍କା ଥୁବା ପ୍ରବଳ ବର୍ଷା ଜନିତ ବନ୍ଯା ପରିସ୍ଥିତି, ଜଳ ନିଷ୍କାସନ, ବାତ୍ୟା ଆଦିର ଧନ ଜୀବନ ରକ୍ଷା କରି ଶୂନ ମୃତ୍ୟୁ ଆଭିମୁଖ୍ୟ କୁ ହାସଲ କରିବା ନେଇ ଆନୁଷଙ୍ଗିକ ସମସ୍ତ ପ୍ରକାର ପ୍ରସ୍ତୁତିକୁ କ୍ଷେତ୍ର ସ୍ତରରେ ଟିକିନିଖୂ ପରୀକ୍ଷଣ କରାଯାଇ ପରିଚାଳନା ପାଇଁ ସମୟାନ୍ତରରେ ରେ ସମୀକ୍ଷା କରାଯାଉଛି ବୋଲି ଜିଲ୍ଲାପାଳ ଦିଲୀପ ରାଉତରାଏ ଆଜି ସାମ୍ବାଦିକମାନଙ୍କୁ ସାକ୍ଷାତକାର ଦେବା ଅବସର ରେ ପ୍ରକାଶ କରିଛନ୍ତି ।

ଜିଲ୍ଲାବାସୀଙ୍କ ସୁରକ୍ଷା ପାଇଁ ପ୍ରଶାସନ ସମ୍ପୂର୍ଣ ପ୍ରସ୍ତୁତ ଥିବାରୁ ଏଥିପାଇଁ କେହି ଭୟଭୀତ ହେବାର ଆବଶ୍ୟକ ନାହିଁ ବୋଲି ସେ ଜଣାଇଛନ୍ତି । ଜିଲ୍ଲାର ସମସ୍ତ ୧୦୫ ଟି ଆଶ୍ରୟ ସ୍ଥଳୀକୁ ପୂର୍ଣ୍ଣ ପ୍ରସ୍ତୁତିରେ ରଖାଯିବା ସହିତ ଆବଶ୍ୟକ ହେଲେ ଆଶ୍ରୟ ସ୍ଥଳୀ ରୂପେ ବ୍ୟବହାର କରାଯିବା ପାଇଁ ୫୯୮ ଟି ସ୍କୁଲ କୁ ଚିହ୍ନଟ କରାଯାଇଛି । ସମୁଦ୍ର କୁଳିଆ, ଜଳମଗ୍ନ ତଳିଆ ତଥା ବନ୍ୟା ଓ ବାତ୍ୟା ପ୍ରବଣ ଅଞ୍ଚଳରୁ ଆବଶ୍ୟକ ପଡ଼ିଲେ ସ୍ଥାନାନ୍ତର ପାଇଁ ୭୦ ହଜାର ଲୋକଙ୍କୁ ଚିହ୍ନଟ କରାଯାଇଛି । ବାତ୍ୟାର ଗତିପଥ ସମ୍ବନ୍ଧରେ ସ୍ପଷ୍ଟ ଚିତ୍ର ପାଇଲା ମାତ୍ରେ ତଦନୁଯାୟୀ ପଦକ୍ଷେପ ଆରମ୍ଭ କରାଯିବ ବୋଲି ସେ ପ୍ରକାଶ କରିଛନ୍ତି । ମଙ୍ଗଳବାର ସନ୍ଧ୍ୟା ସୁଦ୍ଧା ୨ଟି ଏନ୍.ଡ଼ି.ଆର୍.ଏଫ୍, ୨ଟି ଓଡ୍ରାଫ୍ ଓ ୬ଟି ୬ଟି ଅଗ୍ନିସେବା ସବା ଦଳ ଉଦ୍ଧାର କାର୍ଯ୍ୟଲାଗି ସମସ୍ତ ମତ୍ସ୍ୟ ମତ୍ସ୍ୟଜୀବୀ ବୀ ଡଙ୍ଗା ସହ ଫେରିଆସିଛନ୍ତି । ଜିଲ୍ଲା ରେ ପହଞ୍ଚିବା ନେଇ ଜିଲ୍ଲାପାଳ ସୂଚନା ପ୍ରଦାନ କରିଛନ୍ତି । ସମୁଦ୍ର ଭିତରୁ ସ ଉଦ୍ଧାର ଓ ରିଲିଫ ସାମଗ୍ରୀ ପରିବହନ ଓ ବଣ୍ଟନ କାର୍ଯ୍ୟ ଲାଗି ଆବଶ୍ୟକ ଡଙ୍ଗା, ଡଙ୍ଗାସ୍ଖଳକ, ଖଳାସୀ ମାନଙ୍କୁ ପ୍ରସ୍ତୁତ କରି ରଖାଯାଇଛି । ପ୍ରାଣୀ ସମ୍ପଦଙ୍କ ସୁରକ୍ଷା, ପ୍ରାଣୀ ଖାଦ୍ୟ ମହଜୁଦ ରଖୁବା ଆଦି ଦିଗରେ ମଧ୍ୟ ପଦକ୍ଷେପ ନିଆଯାଇଛି । ଜିଲ୍ଲାର ସମସ୍ତ ବି.ଡ଼ି.ଓ. ଓ ତହସିଲଦାରମାନେ ଆଶ୍ରୟସ୍ଥଳୀ ଓ ଅନ୍ୟାନ୍ୟ ଆନୁସଙ୍ଗିକ କ୍ଷେତ୍ରସ୍ତରୀୟ ତଦନ୍ତ ଓ ପରିଦର୍ଶନ କରି ଜିଲ୍ଲା ପ୍ରଶାସନ ସହ ଯୋଗାଯୋଗରେ ଥିବା କଥା ମଧ୍ୟ ଜିଲ୍ଲାପାଳ ପ୍ରକାଶ କରିଥିଲେ । ଅତିରିକ୍ତ ଜିଲ୍ଲାପାଳ ଶାନ୍ତନୁ କୁମାର ମହାନ୍ତି, ଅଧିକାରୀ ରମେଶ ଚନ୍ଦ୍ର ନାୟକ ପ୍ରମୁଖ ଏହି ଜିଲ୍ଲା ଜରୁରୀକାଳୀନ ଅଧ୍ବକାରୀ ତନ୍ମିତା କର, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ସାମ୍ବାଦିକ ସାକ୍ଷାତକାର କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *