ବାରୁଦ ସହ ବାଣ ଜବତ

ବାରୁଦ ସହ ବାଣ ଜବତ,ଜଣେ ଗିରଫଭଞ୍ଜନଗର,୨୩/୧୦ : ()ଦୀପାବଳିକୁ ଆଖିରେ ରଖି ବିଭିନ୍ନ ସ୍ଥାନରେ ଏବେ ବେଆଇନ ବାଣ ପ୍ରସ୍ତୁତି ଚାଲିଛି। ଏଭଳି ସ୍ଥଳେ ବୁଧବାର ସନ୍ଧ୍ୟା ସମୟରେ ଭଞ୍ଜନଗର ପୋଲିସ କୌଣସି ସୁତ୍ରରୁ ଖବର ପାଇ ନିକଟସ୍ଥ ତୁଳସିପଲ୍ଲୀ ଗ୍ରାମର ଜଣେ ବ୍ୟକ୍ତିଙ୍କ ଘରେ ଚଢ଼ାଉ କରି ୩୦ କେଜି ବାରୁଦ ସହ ବିଭିନ୍ନ ପ୍ରକାରର ବାଣ ଜବତ କରିଛି। ଏହା ସହ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ କୁମାର ମୁଦୁଲି ସୁଚନା ଦେଇଛନ୍ତି।ସୂଚନା ଅନୁସାରେ,ବୁଧବାର ସନ୍ଧ୍ୟା ପ୍ରାୟ ୭ ଘଣ୍ଟା ସମୟରେ ଭଞ୍ଜନଗର ଥାନାର ଏଏସଆଇ ଶରତ ଚନ୍ଦ୍ର ପଣ୍ଡା ଓ ଅନ୍ୟ କର୍ମଚାରୀ ମାନେ ପେଟ୍ରୋଲିଂ କରୁଥିବା ବେଳେ ବେଆଇନ ବାଣ ପ୍ରସ୍ତୁତି ନେଇ ବିଶେଷ ସୂତ୍ରରୁ ଖବରପାଇ ତୁଳସୀପଲ୍ଲୀ ଗାଁ ର ଦିଲ୍ଲୀପ କୁମାର ସାହୁ ଙ୍କ ଘରେ ଚଢ଼ାଉ କରିଥିଲେ। ଚଢ଼ାଉ ସମୟରେ ତାଙ୍କ ଘରୁ ୩୦ କେଜି ଗନ୍ ପାଉଡର(ବାରୁଦ) ଏବଂ ବିଭିନ୍ନ ପ୍ରକାରର ବାଣକୁ ଜବତ କରିଥିଲେ। ଏହି ଘଟଣାରେ ୯୭୩/୨୪ ରେ ଏକ ମାମଲା ରୁଜୁ କରି ଭଞ୍ଜନଗର ପୋଲିସ ଦିଲିପ ଙ୍କୁ କୋର୍ଟ ଚାଲାଣ କରିଛି ।

Leave a Reply

Your email address will not be published. Required fields are marked *