ଜିଲ୍ଲା ଖାଦ୍ୟ ସୁରକ୍ଷା ଅଧିକାରୀ ଙ୍କ ଭିଭିନ୍ନ ଦୋକାନରେ ଅଚାନକ ଚଢଉ।

ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ରେ ଜିଲ୍ଲା ଖାଦ୍ୟ ସୁରକ୍ଷା ଅଧିକାରୀ ଫୁଡ୍ ସେପ୍ଟି ଅଫିସର ଅଚାନକ ରାଇଘର ଗସ୍ତ କରି ସଦର ମହକୁମାରେ ଥ‌ିବା ବିଭିନ୍ନ ହୋଟେଲ ସହ କିରାନା ଦୋକାନରେ ଚଢଉ କରି ସ୍ବତନ୍ତ୍ର ଯାଞ୍ଚ କରିଛନ୍ତି। ତିନି ଜଣିଆ ଟିମ୍ ସଦର ମହକୁମାର ଗୌରପାଲ ହୋଟେଲ,ଡିକେ ସାହା କିରାନା ଦୋକାନ ଏବଂ କଲିକତା ମିଠା ଦୋକାନ ଉପରେ ଚଢଉ କରି ଯାଞ୍ଚ କରିଥିଲେ। ହୋଟେଲ ଗୁଡ଼ିକରେ ଖାଦ୍ୟର ମାନ ସଠିକ୍‌ ନ ଥିବା ସାମ୍ନାକୁ ଆସିଛି।

କିରାନି ଦୋକାନଗୁଡ଼ିକରେ ମଧ୍ୟ ଅବଧି ଶେଷ ହୋଇଥିବା ସାମଗ୍ରୀ ବିକ୍ରି ଚାଲୁଥିଲା, ଜିଲ୍ଲାସ୍ତରୀୟ ଅଧିକାରୀଙ୍କ ଦୃଷ୍ଟିକୁ ଆସିଥିବାବେଳେ ସମସ୍ତବେପାରୀଙ୍କୁ ତାଗିଦ୍ ସହ ଜରିମାନା ଆଦାୟ କରାଯାଇଛି। ପୁନର୍ବାର ଗସ୍ତ ସମୟରେ ଯଦି ପୁଣି ଏଭଳି ସାମଗ୍ରୀ ବିକ୍ରି କରନ୍ତି ତାହେଲେ ବିଭାଗ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବେପାରୀମାନଙ୍କୁ ଅବଗତ କରାଯାଇଛି। ନିମ୍ନମାନର ପ୍ରତ୍ୟେକ ସାମଗ୍ରୀ ଉପରେ ଜିଲ୍ଲା ଟିମ୍ ସ୍ବତନ୍ତ୍ର ଦୃଷ୍ଟି ଦେଇ ଆଗାମୀ କାର୍ଯ୍ୟପନ୍ଥା ଗ୍ରହଣ କରିବେ ବୋଲି କହିଛନ୍ତି ।

ଦୀପଙ୍କର ଡାକୁଆ ସହ ପ୍ରଦୀପ ଶିକଦାର ରିପୋର୍ଟ ତୀର୍ଥ କ୍ଷେତ୍ର

Leave a Reply

Your email address will not be published. Required fields are marked *