କଳଙ୍କ ମୋ ପାଇଁ ଚନ୍ଦନ ଟୋପା”ନାଟକ”ଝାରଦା,”ରେ ମଞ୍ଚସ୍ଥ
ଢେଙ୍କାନାଳ ଜିଲ୍ଲା ଅନ୍ତର୍ଗତ ଗଁଦିଆ ବ୍ଳକ ର ଝାରଦା ଗ୍ରାମ ରେ ନାଟ୍ୟକାର ଅଜୟ ସ ଙ୍କ ଲିଖିତ ପ୍ରଶାନ୍ତ କୁମାର ଦତ୍ତ ଓ ଗୋବର୍ଦ୍ଧନ ନାୟକ ଙ୍କ ନିର୍ଦ୍ଦେଶନାରେ ନାଟକ କଳଙ୍କ ମୋ ପାଇଁ ଚନ୍ଦନ ଟୋପା ପବିତ୍ର ଚଉବନ ତମ ମହାଲକ୍ଷ୍ମୀ ପୂଜା ପ୍ରତିଷ୍ଠାନ ଉପଲକ୍ଷେ ଅକ୍ଟୋବର ମାସ ବାଇଶି ତାରିଖ ରାତ୍ର ରେ ମଞ୍ଚସ୍ଥ ହୋଇଯାଇଅଛି। ମହାଲକ୍ଷ୍ମୀ ପୂଜା ପ୍ରତିଷ୍ଠାନ ଝାରଦା ର ସଭାପତି ସରୋଜ ଦଳାଇ, ସଂପାଦକ ଦିବ୍ୟଜ୍ୟୋତି ସାହୁ, କୋଷାଧ୍ୟକ୍ଷ ମିତୁନ କୁମାର ନାୟକ ଓ ମହାଲକ୍ଷ୍ମୀ ପୂଜା ପ୍ରତିଷ୍ଠାନ ର ସମସ୍ତ ସଦସ୍ୟଙ୍କ ସହଯୋଗ ରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଯୁବସମାଜ ସେବୀ ମନୋଜ ନାୟକ ଓ ଚନ୍ଦନ ଗୁରୁ ଙ୍କ ତତ୍ବାବଧାନରେ କଳାକାର ଭାବେ କାର୍ତ୍ତିକ, ବ୍ରଜକିଶୋର, ରାଜେଶ୍, ପ୍ରକାଶ, ସଂଗ୍ରାମ, ପ୍ରଶାନ୍ତ,ସନ୍ତୋଷ ,ଅଜୟ,ଯୁଗଳ ଙ୍କ ସହିତ ଅନ୍ୟ କଳାକାର ମାନେ ଅଭିନୟ କରିଥିଲେ।ଏହି ନାଟକ କୁ ମୁଖ୍ୟ ଅତିଥି ଭାବେ ଆଞ୍ଚଳିକ ସେବା ସଂଗଠନ ର ସଭାପତି ଅଜିତ୍ ପ୍ରସାଦ ରାଉତ , ମୁଖ୍ୟ ବକ୍ତା ଭାବେ ଜାତୀୟ ପୁରସ୍କାର ପ୍ରାପ୍ତ ଶିକ୍ଷକ ଫୋରମ୍ ଓଡ଼ିଶା ର ସଭାପତି ପ୍ରକୃତି ବନ୍ଧୁ ହରିହର ସାହୁ, ସମ୍ମାନୀତ ଅତିଥି ଭାବେ ଆଞ୍ଚଳିକ ସେବା ସଂଗଠନ ର କୋଷାଧ୍ୟକ୍ଷ ପ୍ରଭାସ କୁମାର ସାହୁ, ଝାରଦା ଗ୍ରାମ ସଂଗଠନ ର ସଭାପତି ଗୋବର୍ଦ୍ଧନ ନାୟକ, ନାଟ୍ୟ ନିର୍ଦ୍ଦେଶକ ପ୍ରଶାନ୍ତ କୁମାର ଦତ୍ତ,ଯୁବ ସମାଜ ସେବୀ ମନୋଜ ନାୟକ ଓ ଚନ୍ଦନ ଗୁରୁ ଉପସ୍ଥିତ ହୋଇ ଉଦ୍ ଘାଟନ କରିଥିଲେ। ମୁଖ୍ୟ ବକ୍ତା ପ୍ରକୃତି ବନ୍ଧୁ ଶ୍ରୀ ସାହୁ ମହାଲକ୍ଷ୍ମୀ ପୂଜା ପ୍ରତିଷ୍ଠାନ ର ଚଉବନ ବର୍ଷର ଇତିହାସ ସହିତ ପୂର୍ବ ମଞ୍ଚସ୍ଥ ନାଟକ ଗୁଡ଼ିକ ର ସ୍ମୃତି କୁ ମନେପକାଇ କଳାକାର ମାନଙ୍କୁ ଉତ୍ସାହିତ କରିଥିଲେ। ଶିକ୍ଷାବିତ୍ ବିନାୟକ ମହାନ୍ତି ମଞ୍ଚ ପରିଚାଳନା କରିଥିଲେ। ଅକ୍ଟୋବର ମାସ ତେଇଶି ତାରିଖ ରାତ୍ରିରେ ଭସାଣି ଉତ୍ସବ ହୋଇଯାଇଅଛି।
