୧୦୮୮୮ବାତ୍ୟା ପ୍ରଭାବିତ ଙ୍କୁ ଦିଆଗଲା ରନ୍ଧା ଖାଦ୍ୟ।
ବିଭିନ୍ନ ଆଶ୍ରୟ ସ୍ଥଳରେ ରହିଥିବା ପୁରୀ ଜିଲ୍ଲାର ୧୦୮୮୮ ପ୍ରଭାବିତ ଙ୍କୁ ରନ୍ଧା ଖାଦ୍ୟ ଦିଆଯାଇଛି।ପାଣିପାଗ ବିଭାଗର ସୂଚନା ଅନୁସାରେ ପୁରୀ କୁ ଅଧିକ ବର୍ଷା ର ଆଶଙ୍କା ରହି ଥିବାରୁ ସରକାର ଙ୍କ ନିର୍ଦ୍ଦେଶ ରେ ଉଦ୍ଧାର କରାଯାଇ ଥିବା ସମସ୍ତଙ୍କୁ ଶୁଖିଲା ଖାଦ୍ୟ ସହ ୨୦୮ ସ୍ଥାନରେ ରନ୍ଧା ଖାଦ୍ୟର ମଧ୍ୟ ବ୍ୟବସ୍ଥା କରାଯାଇଛି।୨୩.୫ କ୍ୟୁଣ୍ଟାଲ ଚୁଡା ଓ ୪.୮ କ୍ୟୁଣ୍ଟାଲ ଗୁଡ ବଣ୍ଟନ ହୋଇଛି।ଜିଲ୍ଲା ର ୧୧ ବ୍ଲକର ୯୮ ପଞ୍ଚାୟତ ର ୪୫୭ ଟି ଗ୍ରାମ ଓ ୪ଟି ସହରାଞ୍ଚଳର ୩୧ ୱ୍ବାର୍ଡ ର ୧୦୮୮୮ ଲୋକ ପ୍ରଭାବିତ ହୋଇଛନ୍ତି।ଜିଲ୍ଲା ରେ ୨୧ ଟି ମେଡ଼ିକାଲ ଟିମ,୨୩ ଟି ପ୍ରାଣୀ ଚିକିତ୍ସା ଟିମ ଔଷଧ, ଆଣ୍ଟି ଭେନମ ମେଡିସିନ ସହ ପ୍ରସ୍ତୁତ ରହିଛନ୍ତି ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।
