ବୋଲେରୋ ସହ ଗଞ୍ଜେଇ ଜବତ ୪ଗିରଫ
କନ୍ଧମାଳ ଜିଲ୍ଲା ବାଲିଗୁଡାରୁ ଏକ ବୋଲେରୋ ଯୋଗେ ରାଜ୍ୟ ବାହାରକୁ ଗଞ୍ଜେଇ ଚାଲାଣ ହେଉଥିବା ବେଳେ ଭଞ୍ଜନଗର-ଫୁଲବାଣୀ ରାସ୍ତା ଦଣ୍ଡାସି ବଞ୍ଜର ନିକଟରେ ଚଢ଼ାଉ କରି ୩୦ କେଜି ଗଞ୍ଜେଇ ସହ ଏକ ବୋଲେରୋ କୁ ଭଞ୍ଜନଗର ଅବକାରୀ ଜବତ କରିଛି । ଏହି ଗଞ୍ଜେଇ ଚାଲାଣରେ ସଂପୃକ୍ତ ଥିବା କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା ଇଲାକାର କେଲାବ୍ ଦିଗାଲ,ରୋହନ ଦିଗାଲ,ଗଣେଷ ମଲ୍ଲିକ ଓ ଦିପକ ଦିଗାଲଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଅବକାରୀ ଏସଆଇ ଅଲିଭା ମାଝୀ ସୁଚନା ଦେଇଛନ୍ତି। ସୂଚନା ଅନୁସାରେ, ଗିରଫ ଚାରି ଜଣ ଏକ ବୋଲେରୋ ରେ ଗଞ୍ଜେଇ ଧରି କନ୍ଧମାଳ ଜିଲ୍ଲା ବାଲିଗୁଡା ରୁ ଭଞ୍ଜନଗର ଅଭିମୁଖେ ଆସୁଥିଲେ।କୌଣସି ସୁତ୍ରରୁ ଖବର ପାଇ ଭଞ୍ଜନଗର ଅବକାରୀ ଟିମ୍ ଭଞ୍ଜନଗର-ଫୁଲବାଣୀ ରାସ୍ତା ର ଦଣ୍ଡାସି ବଞ୍ଜର ନିକଟରେ ବୋଲେରୋକୁ ଅଟକାଇ ଯାଞ୍ଚ କରିଥିଲେ। ଯାଞ୍ଚ ସମୟରେ ଗାଡି ମଧ୍ୟରୁ ଦୁଇଟି ଜରି ଅଖା ଭର୍ତ୍ତି ଗଞ୍ଜେଇ ବାହାରିଥିଲା। ପରେ ଗଞ୍ଜେଇ କୁ ଜବତ କରି ଅତିରିକ୍ତ ତହସିଲଦାର ଅବିନାଶ ମାହାରଙ୍କ ଉପସ୍ଥିତିରେ ଓଜନ କରାଯାଇଥିଲା।ଏହି ମାମଲାରେ ଅବକାରୀ ବିଭାଗ ଏକ ମାମଲା ରୁଜ୍ଜୁ କରି ଚାରିଜଣଙ୍କୁ କୋର୍ଟ ଚାଲାଣ କରାଯାଇଛି। ଅତିରିକ୍ତ ତହସିଲଦାର ଶ୍ରୀ ମାହାରଙ୍କ ସମେତ ଅବକାରୀ ନିରୀକ୍ଷକ ଡମ୍ବରୁଧର ହରିଜନ,ଏସଆଇ ଅଲିଭା ମାଝୀ ଓ ସନାତନ ନାହାକ,ଜଗନ୍ନାଥ ମହାପାତ୍ର,ଶୁବଳ ପ୍ରଧାନ ଓ କୃଷ୍ଣଚନ୍ଦ୍ର ସେଠୀ ପ୍ରମୁଖ ସାମିଲ ଥିଲେ।
ରିପୋର୍ଟ -ସୁରେନ୍ଦ୍ର ନାୟକ, ଗଞ୍ଜାମ ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି।
