ଝରିଗାଁ ବ୍ଲକ ରେ ସ୍ଥିତ ସମରଚଚରା ଗ୍ରାମ ରେ ପାୟୋନିୟର କମ୍ପାନୀ ତରଫରୁ ଏକ ଫସଲ ଅମଳ ଦୀବସ ପାଳନ କରାଗଲା।

ଏହି କମ୍ପାନୀ ବହୁ ବର୍ଷ ଧରି ଚାଷୀ ମାନଙ୍କୁ ଉତ୍ତମ ଶଙ୍କର ଧାନ, ମକ୍କା,ସୋରିଷ ଓ ବଜରା ମଞ୍ଜି ଯୋଗେଇ ଦେଇ ଆସୁଛି। ଏହି ଫସଲ ଅମଳ ଦୀବସ ରେ ପୟୋନୀୟର କମ୍ପାନୀ ର ନୂଆ ମକ୍କା P3305 ର ଗୁଣ ବିଷୟରେ ବିସ୍ତୃତ ଭାବରେ ଚର୍ଚ୍ଚା କରାଗଲା। ଅନ୍ୟ ଶଙ୍କର ମକ୍କା ସହ ତୁଳନା କରିବାରୁ ଏହି ମକ୍କାରେ ଅଧିକ ଛିଡା ହେବାର କ୍ଷମତା,ଧାଡ଼ି ଓ ଓଜନ ଆସୁଛି ବୋଲି ଚାଷୀ ଭାଇ ଓ ଭଉଣୀ ମାନେ ପ୍ରତ୍ୟକ୍ଷ ରୂପରେ ଦେଖିଲେ।ଏହି ଫସଲ ଅମଳ ର ପରିନିଧିତ୍ଵ କ୍ଷେତ୍ରୀୟ MDR କୃଷ୍ଣ ଚନ୍ଦ୍ର ପାଣ୍ଡେ , ପବିତ୍ର କୁମାର ମାଟିଆ, ଭରତ ପ୍ରଧାନ ଙ୍କ ସହ କ୍ଷେତ୍ରୀୟ ପ୍ରତିନିଧି ଅର୍ପିତା ଭଞ୍ଜ, ଦୀପକ ସାହୁ କରିଥିଲେ।

ଏହି ଫସଲ ଅମଳ ଦୀବସ ରେ ସମରଚଚରା ସହ ତେଣ୍ଡକାଡଙ୍ଗ୍ରି, ମୁଣ୍ଡିବେଢା, ଦାହଡ଼ାମାଲ୍, ବାଲାଜୀସାହି ର ୧୫୦ ରୁ ଅଧିକ ଚାଷୀ ଭାଇ ମାନେ ଯୋଗ ଦେଇଥିଲେ। ଚାଷୀ ଙ୍କ ସହ ଝରିଗାଁ ବ୍ଲକ ର ବିକ୍ରେତା ବନ୍ଧୁ ହରିଓମ୍ ଜୈନ୍, ବିଜୟ ପାଣିଗ୍ରାହୀ ମଧ୍ୟ ଯୋଗ ଦେଇ ଏହି କାର୍ଯ୍ୟକ୍ରମ ର ଶୋଭା ବଢାଇ ଥିଲେ ଓ ଚାଷୀ ମାନଙ୍କୁ ମଞ୍ଜି ର ଉପଲବ୍ଧତା ବିଷୟରେ କହିଥିଲେ।ଚାଷୀ ଭାଇ ମାନେ ନିଜେ ପ୍ରତ୍ୟକ୍ଷ ରୂପରେ ଦେଖି ଜାଣିଲେ ଯେ – “ଦୃଢ଼ତା ର ସହିତ ପୟୋନିୟର ଭଳି କେହି ନାହିଁ।”

Leave a Reply

Your email address will not be published. Required fields are marked *