ମାଗିଲି ମୁଁ ଫୁଲଟିଏ
ମାଗିଲି ମୁଁ ଫୁଲଟିଏ
ଦେଲ ମୋତେ ଭରା ଉପବନ,
ମାଗିଲି ଆଞ୍ଜୁଳେ ଜଳ
ଦେଲ ମୋତେ ଅସରା ଶ୍ରାବଣ l
ଧନ, ଜନ, ମାନ, ଯଶ
ମୋତେ ଦେଲ ଗର୍ବ ଅଭିମାନ,
ସୁଖର ସାଗରେ ବୁଡି
ଭୁଲିଗଲି ପ୍ରଭୁ ତୁମ ନାମ l
ସଂସାର ହାଟରେ ବୁଲି
ମୁଁ କିଣିଲି ହିଂସା ମିଥ୍ୟା ଦ୍ୱେଷ,
ଦୟା, କ୍ଷମା, ଦାନ, ଭକ୍ତି
କିଣି ନାହିଁ ବେଳ ହେଲା ଶେଷ l
ହାଟ ଭାଙ୍ଗିବାର ବେଳ
ଫେରିବାକୁ ହେବ ତୁମ ପାଶ,
ଲାଭ କ୍ଷତି କେତେ ହେଲା
ହେବ ତା’ର ହିସାବ ନିକାଶ l
………………………………
ଗୋଲୋକବିହାରୀ ବେହେରା
ଷଡ଼ଙ୍ଗୀ, ଢେଙ୍କାନାଳ
ମୋ: ୯୯୩୮୩୦୩୦୪୬
