ଆଗାମି ଓଡ଼ିଶା ରଘୁନାଥପୁର ପ୍ରେସ କ୍ଲବ ଆନୁକୁଲ୍ୟରେ ବୃକ୍ଷରୋପଣ କାର୍ଯ୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି.
ଜଗତ୍ସିଂହପୁର ଜିଲ୍ଲା ରଘୁନାଥପୁର ବ୍ଲକ ଆଗାମୀ ଓଡିଶା ରଘୁନାଥପୁର ପ୍ରେସ କ୍ଲବ ପକ୍ଷରୁ ଆୟୋଜିତ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ହୋଇଯାଇଛି .ଏଥିରେ ମୁଖ୍ୟ ଓ ଅଗ୍ରଣୀ ଭୂମିକା ରେ ବିଜୟ କୁମାର ସ୍ଵାଇଁ ଯେ ଜଣେ ପରିବେଶବିତ୍ ଓ ପ୍ରକୃତିବନ୍ଧୁ ପୁରସ୍କାର ପ୍ରାପ୍ତ ଏବଂ ସୁନାମଧନ୍ଯ ବରିଷ୍ଠ ସାମ୍ବାଦିକ ଆଜି 60 ରୁ 70 ବୃକ୍ଷ ରୋପଣ କାର୍ଯ୍ୟକ୍ରମ କରିବାରେ ପ୍ରୟାସ କରିଥିଲେ ଏବଂ ଆଗାମୀ ଦିନରେ ଆହୁରି ବୃକ୍ଷ ରୋପଣ କରିବାକୁ ସମସ୍ତ ଙ୍କୁ ନିବେଦନ କରିଥିଲେ. ତାଳଗଛ ଲଗାଇଲେ ବଜ୍ରପାତରେ ମୃତୁବରଣ କରୁଥିବା ଲୋକମାନେ ରକ୍ଷା ପାଇପାରିବେ ଯଦ୍ଵାରା ନିଜେ ବଞ୍ଚିବା. ଅନ୍ୟକୁ ବଞ୍ଚାଇବା ସମାଜ ସୁରକ୍ଷୀତ ରହିବା ସଙ୍ଗେ ସଙ୍ଗେ ପରିବେଶ ମଧ୍ଯ ସୁରକ୍ଷିତ ରହିପାରିବ .

ତାଳ ଗଛ ମାନବ ସମାଜ ପାଇଁ ସୁରକ୍ଷା କବଚ ବୋଲି ମତବ୍ୟକ୍ତ କରିଥିଲେ. ଏହି ବୃକ୍ଷ ରୋପଣ କାର୍ଯ୍ୟକ୍ରମ ରେ ପ୍ରଫେସର ଶରତ କୁମାର ରାଉତରାୟ ଆଧ୍ୟାତ୍ମିକ ପ୍ରବକ୍ତା ଏହି କାର୍ଯ୍ୟକ୍ରମରେ ଯୋଗଦେଇ କହିଥିଲେ ଯେ ବୃକ୍ଷ ହିଁ ଜୀବନ. ତାଳ ଗଛ ବଜ୍ରପାତ ରୋକିବା ପାଇଁ ଏ ହେଉଛି ଅମୋଘ ଅସ୍ତ୍ର.ଆଜିଠାରୁ ତାଳ ଗଛ ଲଗାଇବା ନିଜକୁ ତଥା ସମାଜକୁ ରକ୍ଷା କରିବା ବୋଲି ମତ ଦେଇଥିଲେ. ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଡ଼େପୁଟି ଡିରେକ୍ଟର ଶ୍ରୀ ଦେବେନ୍ଦ୍ର କୁମାର ପଟନାୟକ ଯୋଗ ଦେଇ କହିଥିଲେ ଯେ ସରକାରଙ୍କ ତାଳ ଗଛ ଲଗାଇବା ସ୍ଵାଗତଯୋଗ୍ୟ ପଦକ୍ଷେପ ,ଆଗକୁ ତାଳ ଗଛ ଲଗାଇବା ପାଇଁ ପ୍ରୟାସ ଜାରି ରଖିଛୁ.ଏହି କାର୍ଯ୍ୟକ୍ରମରେ ସାମ୍ବାଦିକ ମଳୟ କୁମାର ପାଣି ,ସାମ୍ବାଦିକ ଦେବେନ୍ଦ୍ରନାଥ ସେଠୀ ,ପୁରୁଷୋତ୍ତମ ସ୍ୱାଇଁ,ମୁକ୍ତାର ଅଲି ଖାଁ ,ରାଜକିଶୋର ସାହୁ,ସୁଦର୍ଶନ ନାୟକ,ସୁଲଭ ମହାପାତ୍ର ପ୍ରମୁଖ ଯୋଗଦେଇ ଥିଲେ.
ଜଗତ୍ସିଂହପୁର ଜିଲ୍ଲା ରଘୁନାଥପୁର ବ୍ଲକ ମଳୟ କୁମାର ପାଣିଙ୍କ ରିପୋର୍ଟ ତୀର୍ଥକ୍ଷେତ୍ର ନିୟୁଜ
