ଦାନା ବାତ୍ୟା ରେ ଭଦ୍ରକ ବ୍ଲକ ଅର୍ନ୍ତଗତ ଅର୍ଣାପଲ୍ ଆଙ୍କପଦା ଗ୍ରାମରେ ପ୍ରଭାବିତ

ଥୋଡ଼ ଧାନ ପାଣିରେ ବୁଡିଛି। ଚାଷୀଙ୍କ ବର୍ଷର ସୁନାର ଫସଲ ବାତ୍ୟା ଦାନା ଉଜାଡି ଦେଇଛି। ଗର୍ଭଣା ସଂକ୍ରାନ୍ତି ପରେ bhadrak block anapal ପଞ୍ଚାୟତ ର ରାଜ ମୁକୁନ୍ଦ ପୁର , ଆଙ୍କ ପଦା ଠାରେ ଧାନ ବିଲକୁ ଦେଖ୍ ଚାଷୀ ଖୁସି ହେଉଥୁଲା ଏଥର ୩୧୦୦ ଟଙ୍କା କୁଇଣ୍ଟ୍ରାଲ ଦରରେ ଧାନ ବିକି ଋଣ ସୁଝିବ । ହେଲେ ବାତ୍ୟା ଦାନା ସବୁ ଖୁସି ଭଜାଡି ଦେଇଛି। । ଭଦ୍ରକ ବ୍ଲକ ରେ ଚଳିତ ବର୍ଷ ୩୨ ହଜାର ୫୨୯ ହେକ୍ଟର ଚାଷ ଜମିରେ ଧାନ ଚାଷ ହୋଇଥିଲା । କିନ୍ତୁ ବାତ୍ୟା ଦାନା ତାର ପ୍ରର୍ଭାବରେ ପାଖାପାଖୂ ୨୦ ହଜାର ହେକ୍ଟର ଧାନ ଜମି କ୍ଷତି କରିଛି। ସମୁଦ୍ରର ଲୁଣା ଜୁଆର ପ୍ରଭାବରେ ରାଜ ମୁକୁନ୍ଦ ପୁର, ଇତ୍ୟାଦି ଗାଁରେ ଚାଷ ଜମି ପାଣିରେ ବୁଡିଛି। ଏବେବି ଶହ ଶହ ଗାଁ ରାସ୍ତା ପାଣିରେ ବୁଡିଛି ।

ଭଦ୍ରକ କୃଷି ବିଭାଗ ଏଯାଏ ସକ୍ରିୟ ହୋଇନାହିଁ । ସେହିପରି ଭଦ୍ରକ ବ୍ଳକରେ ମୋଟ ୨୦୫୩୮ ହେକ୍ଟର ଜମିରେ ଧାନ ଚାଷ ହୋଇଥିଲା । କିନ୍ତୁ ବାତ୍ୟା ଦାନା ୧୧ ହଜାର ହେକ୍ଟର ଜମିକୁ କ୍ଷତି କରିଛି। ତେବେ ଦୁଇଟି ବ୍ଳକରେ ସାଢେ ଚାରିଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି। ଚାଷୀ ଏବେ ବର୍ଷକର ଆହାର ଦାନା ବାତ୍ୟା ଛଡାଇ ନେବା ପରେ କେମିତି ଋଣ ସୁଝେ, । ବହୁ ଘର ପାଣି ଘେରରେ ,୨ ଟି ୧୨ ଫୁଟ ର ଘାଇ ସୃଷ୍ଟି ହୋଇଛି ବାଲିବସ୍ତା ଲଦା ଯାଇଛି। ବହୁ ଘର ପାଣି ଘେରରେ। ଜିଲ୍ଲାପାଳ ଆଜି ବାତ୍ୟା ଅଞ୍ଚଳର ପରିଦର୍ଶନ କରି କିପରି ପଦକ୍ଷେପ ନିଆଯିବ। ଲୋକଙ୍କ ସହ ଆଲୋଚନା କରିଥିଲେ।

Leave a Reply

Your email address will not be published. Required fields are marked *