ଅବକାରୀ ବିଭାଗ ର ମିଳିତ ଚଢ଼ାଉ,ବିପୁଳ ପରିମାଣ ର ବିଦେଶୀ ମଦ ଜବତ
ପୂର୍ବତନ ସରପଞ୍ଚ ତଥା ବିଜେଡି ପଞ୍ଚାୟତ ସଭାପତି ଓ ତାଙ୍କ ଧର୍ମ ପତ୍ନୀ ଗିରଫ |ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ବଡଝରା ପଂଚାୟତ ର ପୂର୍ବତନ ସରପଞ୍ଚ ତଥା ବିଜେଡି ର ପଂଚାୟତ ସଭାପତି ଦୁଃଖବନ୍ଧୁ ସାହୁ ଓ ତାଙ୍କ ପତ୍ନୀ ଭଗବତୀ ସାହୁଙ୍କୁ ଅବକାରୀ ପୋଲିସ ଗିରଫ କରିଛନ୍ତି |ତେବେ ଅବକାରୀ ବିଭାଗ ର ମିଳିତ ଚଢ଼ାଉ ରେ ତାଙ୍କ ଘରୁ ବିପୁଳ ପରିମାଣ ର ବେଆଇନ ବିଦେଶୀ ମଦ ଜବତ ହୋଇଛି,ଫଳରେ ରେ ୨ ଜଣକୁ ଗିରଫ କରିଛି ଅବକାରୀ ବିଭାଗ ,ଆସନ୍ତା କାଲି ଉଭୟ ଙ୍କୁ କୋର୍ଟ ଚାଲାଣ କରାଯିବା ନେଇ ଅବକାରୀ ବିଭାଗ ପକ୍ଷରୁ ସୂଚନା ମିଳିଛି |ତେବେ ଏହି ମିଳିତ ଚଢ଼ାଉ ରେ ଗୋଟିଏ ଫ୍ରିଜ ସହ ୨୬ଲିଟର ବିଦେଶୀ ମଦ ଜବତ ହୋଇଥିବା ଅବକାରୀ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି |
