ଦୀପାବଳି ରେ ବାଣ ଫୁଟା ରାତି ୮ ଟାରୁ ୧୦ ଘଟିକା ପର୍ଯ୍ୟନ୍ତ।

ପୁରୀ , ଭାରତର ଆପେକ୍ସ କୋର୍ଟ ଙ୍କ ନିର୍ଦ୍ଦେଶ କ୍ରମେ ଦୀପାବଳି ରେ ବାଣ ଫୁଟା ରାତ୍ର ୮ ଘଟିକା ରୁ ୧୦ ଘଟିକା ପର୍ଯ୍ୟନ୍ତ ୨ଘଣ୍ଟା ପାଇଁ ଜାରି ରହିବ ବୋଲି ପୁରୀ ଏସ ପି ବିନୀତ ଅଗ୍ରୱାଲ ଅବଗତ କରାଇଛନ୍ତି।ସବୁଜ ବାଣ ବ୍ୟବହାର ସହ ସୁରକ୍ଷିତ ଭାବେ ଦୀପାବଳି ପାଳନ ପାଇଁ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ଜିଲ୍ଲା ବାସୀଙ୍କୁ ଅନୁରୋଧ କରିଛନ୍ତି।ଛୋଟ ପିଲା ମାନେ ବାଣ ଫୁଟାଇବା ସମୟରେ ବଡ ଲୋକ ମାନେ ସେମାନଙ୍କ ନିକଟରେ ନିଶ୍ଚିତ ଉପସ୍ଥିତ ରହିବାକୁ ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।ସେହିପରି ସମୁଦ୍ର ରେ ସ୍ନାନ ସମୟରେ ଅଧିକ ଗଭୀର କୁ ନ ଯିବା ଓ ଲାଇଫ ଗାର୍ଡ ମାନଙ୍କ ସହାୟତା ନେବାକୁ ପରାମର୍ଶ ଦିଆଯାଇଛି।

Leave a Reply

Your email address will not be published. Required fields are marked *