କମଳା ପଦର ଗ୍ରାମରେ ଘର ପୋଡି ଜଳିଗଲା ୩ ପରିବାର

କମଳା ପଦର ଗ୍ରାମରେ ଘର ପୋଡି ଜଳିଗଲା ୩ ପରିବାର ର ୧୦ ବଖରା ଘର ଖଲ୍ଲିକୋଟ :-୨୮/୧୦ ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ତୁଳସୀପୁର ପଂଚାୟତ ର କମଳା ପଦର ଗ୍ରାମ ରେ ଗ୍ୟାସ ସିଲିଣ୍ଡର ବିସ୍ଫୋରଣରେ ଜଳିଗଲା ୩ ଗୋଟି ପରିବାର ର ୧୦ ବଖରା ଘର। ଗ୍ୟାସ ସିଲିଣ୍ଡର ଫାଟି ହୁତୁ ହୁତୁ ଜଳିଲା ଘର ର ଆସବାବ ପତ୍ର ମୂଲ୍ୟବାନ କାଗଜ ସାର୍ଟିଫିକେଟ ଓ ଚାଉଳ ନଗଦ ଟଙ୍କା। ଦୁଃଖରେ ଭାଂଗିପଡିଛନ୍ତି ଅଗ୍ନି ବିପନ୍ନ ପରିବାର। ସୋମବାର ଭୋର କମଳା ପଦର ଗ୍ରାମ ର କାମ୍ପ ଜେନା, ଭୋବନି ପାହାନ ଓ କୁନ୍ତଳା ପାହାନ ଙ୍କ ପରିବାର ଲୋକ ମାନେ ଶୋଇଥିବା ବେଳେ ହଠାତ କୌଣସି ଏକ ଗ୍ୟାସ ସିଲିଣ୍ଡର ବିସ୍ଫୋରଣ ଘଟି ନିଆଁ ଲାଗି ଯିବା ସହ ନିଆଁ ହଠାତ ଚାରିଆଡେ ବ୍ୟାପି ଆଖି ପିଛୁଳାକେ ୩ ଗୋଟି ପରିବାର ର ୧୦ ବଖରା ଘର ପୋଡି ଭସ୍ମସାତ ହେଉଥିବା ବେଳେ ଗ୍ରାମବାସୀ ଙ୍କ ସହାୟତା ରେ ଅଗ୍ନିଶମ ବାହିନୀ ନିଆଁ କୁ ଆୟତ୍ତ କରିବା ପାଇଁ ସକ୍ଷମ ହୋଇଥିଲେ। ଖଲ୍ଲିକୋଟ ତହସିଲଦାର ଆର୍ଯ୍ୟ କୁମାର ସର୍ବ ଦମନ ଓ ମଥୁରା ରାଜସ୍ବ ନିରୀକ୍ଷକ ଜେନା ସରସ୍ବତୀ ରାଜସ୍ବ ସୁପରଭାଇଜର ତ୍ରିଲୋଚନ ବିଶ୍ୱାଳ କମଳା ପଦର ଗ୍ରାମ ରେ ପହଂଚି ଅଗ୍ନି ବିପନ୍ନ ପରିବାରଙ୍କୁ ଭେଟି ଆବଶ୍ୟକ ପଲିଥିନ ପ୍ରଦାନ କରିଥିବା ଜଣାପଡିଛି। ସେହିପରି ତୁଳସୀପୁର ସରପଞ୍ଚ ଶିକ ପାଣ୍ଡୀ ଅଗ୍ନି ବିପନ୍ନ ମାନଙ୍କୁ ପଂଚାୟତ ତରଫରୁ ତିନିଗୋଟି ଅଗ୍ନି ବିପନ୍ନ ପରିବାର ମହିଳା ସଦସ୍ୟ ମାନଙ୍କୁ ଲୁଗା ଓ ପୁରୁଷ ସଦସ୍ୟ ମାନଙ୍କୁ ଲୁଙ୍ଗି ଚାଦର ସମେତ ଆବଶ୍ୟକ ଚାଉଳ ପ୍ରଦାନ କରିଥିବା ପ୍ରକାଶ।

Leave a Reply

Your email address will not be published. Required fields are marked *