ଜଗତସିଂହପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲା ସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ ଓ ପ୍ରଶମନ ଦିବସ ପାଳିତ ହୋଇ ଯାଇଛି ।

ଜଗତସିଂହପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲା ସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ ଓ ପ୍ରଶମନ ଦିବସ ପାଳିତ ହୋଇ ଯାଇଛି । ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ସରକାରୀ ଦଳର ମୁଖ୍ୟ ସଚେତକ ଶିଳ୍ପ ମନ୍ତ୍ରୀ ସମ୍ପଦ ସ୍ବାଇଁ, ସାଂସଦ ବିଭୁପ୍ରସାଦ ତରାଇ, ବିଧାୟକ ଅମରେନ୍ଦ୍ର ଦାସ , ଜିଲ୍ଲାପାଳ ଜେ ସୋନାଲ, ଅତିରିକ୍ତ ଜିଲ୍ଲାପାଳ, ଜିଲ୍ଲା ପ୍ରକଳ୍ପ ନିର୍ଦେଶକ, ପୌରଧଖ୍ୟା ଅର୍ଚ୍ଚନା ସିଂ ଙ୍କ ସହ ବହୁ ପ୍ରଶାସନିକ ଅଧିକାରୀ ଓ ସ୍କୁଲ କଲେଜ ର ଛାତ୍ରଛାତ୍ରୀ ମାନେ ଯୋଗ ଦେଇ ସ୍ଥାନୀୟ ସର୍କିଟ ହାଉସ ନିକଟରୁ ଏକ ସଚେତନତା ରାଲି ସହର ପରିକ୍ରମା କରିଥିଲା । ପରେ ସ୍ଥାନୀୟ ସଂସ୍କୃତି ଭବନ ଠାରେ ଆୟୋଜିତ ଏକ ସାଧାରଣ ସଭାରେ ମୁଖ୍ୟ ଅତିଥି ମାନେ ସଚେତନ ବାର୍ତ୍ତା ପ୍ରଦାନ କରିବା ସହିତ ଆଜିକୁ 25 ବର୍ଷ ତଳେ ହୋଇ ଥିବା ମହାବାତ୍ୟା ର ସେହି କରାଳ ରୂପକୁ ମନେ ପକାଇବା ସହିତ ମୃତ୍ୟୁ ବରଣ କରିଥିବା ଲୋକମାନଙ୍କ ପାଇଁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲl l

Leave a Reply

Your email address will not be published. Required fields are marked *