ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ପ୍ରଶମନ ଦିବସ

ଛତ୍ରପୁର , ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ପ୍ରଶମନ ଦିବସ ମଙ୍ଗଳବାର ଦିନ ଜିଲ୍ଲା ସ୍ତରରେ ପାଳନ କରାଯାଇଛି । ଏହି ଉପଲକ୍ଷେ ଛାତ୍ରଛାତ୍ରୀ ମାନଙ୍କ ଦ୍ବାରା ଅନସ୍ଲୋ ସରକାରୀ ବିଦ୍ୟାଳୟ ଠାରୁ ଏକ ସଚେତନତା ରାଲି ବାହାରି ଛତ୍ରପୁର ସହର ପରିକ୍ରମା କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ସମବେତ ହୋଇଥିଲେ । ଜଳବାୟୁ ପରିବର୍ତ୍ତନ ହେବା ଦ୍ବାରା ବିଭିନ୍ନ ବିପତ୍ତି ମାନ ଆସୁଛି।ଏହି ସମୟରେ ଗୋଷ୍ଠୀଗତଙ୍କୁ ସାମିଲ କରାଯାଇ ବିପର୍ଯ୍ୟୟର ମୁକାବିଲା ନିମନ୍ତେ ଯୋଜନା ପ୍ରସ୍ତୁତି କରିବା ତେବେ ଯାଇ ଆସୁଥିବା ବିପତ୍ତିର ମୁକାବିଲା କରିବା ସମ୍ଭବପର ହେବ। ଲୋକଙ୍କ ଜୀବନ ସୁରକ୍ଷା ଦିଗରେ ଆଜି ସଚେତନତା ହିଁ ମୁଖ୍ୟ ମାଧ୍ୟମ ସାଜିଛି ।

ବିପତ୍ତି ଆସିବା ପୂର୍ବରୁ ଜନ ଜୀବନକୁ ସୁରକ୍ଷା ନିମନ୍ତେ ଆବଶ୍ୟକ ହେଉଥିବା ସାମଗ୍ରୀ ଗଚ୍ଛିତ କରିବା ସହିତ ପୂର୍ବରୁ ସଜାଗ ରହିଲେ ବିପତ୍ତିର ମୁକାବିଲା ସହଜସାଧ୍ୟ ହୋଇପାରିବ।ଏଥି ନିମନ୍ତେ ପ୍ରତି ଗ୍ରାମରେ ଭିତ୍ତିଭୂମି ରହିବା ଆବଶ୍ୟକ ବୋଲି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ବୈଠକରେ ମତ ପ୍ରକାଶ ପାଇଥିଲା ।ଏଥିରେ ଅତିରିକ୍ତ ଜିଲ୍ଲାପାଳ ଡଃ ପ୍ରମୋଦ କୁମାର ପୃଷ୍ଟି ଏବଂ ସୁଧାଶୁ କୁମାର ଭୋଇ ଯୋଗଦେଇ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ପୂର୍ବରୁ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟରେ ବିଦ୍ୟାଳୟ ଓ ମହାବିଦ୍ୟାଳୟ ସ୍ତରରେ ଅନୁଷ୍ଠିତ ଚିତ୍ରାଙ୍କନ, ଓଡିଆ ପ୍ରବନ୍ଧ ଲିଖନ ଓ ଓଡିଆ ବକ୍ତୃତା ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା ।ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଜରୁରୀକାଳୀନ କାର୍ଯ୍ୟାଳୟର ଡେପୁଟି କଲେକ୍ଟର ଆୟୁଷ ପତି, ଡେପୁଟି କଲେକ୍ଟର ନିର୍ବାଚନ ରାଜେଶ କୁମାର ଇକ୍କା, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରବି ନାରାୟଣ ବେହେରା ପ୍ରମୁଖ ଯୋଗ ଦେଇଥିଲେ ।

Leave a Reply

Your email address will not be published. Required fields are marked *