କମଳା ପଦର ଗ୍ରାମ ରେ ଭୟାବହ ଅଗ୍ନିକାଣ୍ଡ ଘଟି ଯାଇଛି

*ଆସିକା:-୨୮/୧୦/୨୦୨୪ ରିଖ ଭୋର ୩ ଟା ସମୟରେ କମଳା ପଦର ଗ୍ରାମରେ ଅଗ୍ନି କାଣ୍ଡ ଘଟି ୪ ଟି ପରିବାରର ଘରକରଣା ତଥା ସମସ୍ତ ଜିନିଷ ପତ୍ର ପୋଡି ପାଉଁଶ ହୋଇଯାଇଥିଲା। ଏହା ପରେ ସେଠାକାର ପୀଡ଼ିତ ମାନେ ଗଣ ମାଧ୍ୟମ ଜରିଆରେ ବ୍ରହ୍ମପୁର ଅଗ୍ରଣୀ ସେବା ଅନୁଷ୍ଠାନ କାହ୍ନା ଚାରିଟେବୁଲ ଟ୍ରଷ୍ଟ କୁ ସାହାଯ୍ୟ ପାଇଁ ଅନୁରୋଧ କରିଥିଲେ। ଖବର ପାଇ ଟ୍ରଷ୍ଟ ପକ୍ଷରୁ ତତ୍କ୍ଷଣାତ ପଦକ୍ଷେପ ଗ୍ରହଣ କରାଯାଇଥିଲା। ଟ୍ରଷ୍ଟ ସଭାନେତ୍ରୀ ଶ୍ରୀମତୀ ରଞ୍ଜନା ମିଶ୍ର ଙ୍କ ନେତୃତ୍ୱରେ ଆଜି ଏହି ଅଗ୍ନି ବିପନ୍ନ ୪ଟି ପରିବାରକୁ ଏକ ମାସର ରାସନ୍ ସାମଗ୍ରୀ ସହ ଶୁଖିଲା ଖାଦ୍ୟ , ନୂତନ ବସ୍ତ୍ର ଓ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ବଣ୍ଟନ କରାଯାଇଥିଲା। ସର୍ବହରା ଅଗ୍ନି ବିପନ୍ନ ପରିବାର ର ସଦସ୍ୟ ସଦସ୍ୟା ଙ୍କ ଦୈନିକ ଖର୍ଚ୍ଚ ପାଇଁ କିଛି ଆର୍ଥିକ ସହାୟତା କରାଯାଇଥିଲା। ଏଥି ସହ ସ୍ଥାନୀୟ ଗ୍ରାମ ବାସୀ ମାନଙ୍କ ଉପସ୍ଥିତି ରେ ଏବଂ ଗଣ ମାଧ୍ୟମ ପ୍ରତିନିଧି ମାନଙ୍କ ଜରିଆ ରେ ଏହି ସର୍ବହରା ପରିବାର ମାନଙ୍କୁ ସରକାରୀ ଯୋଜନାରେ ଥଇଥାନ କରିବା ପାଇଁ ଅନୁରୋଧ କରାଯାଇଥିଲା। ଆଜିର ଉକ୍ତ କାର୍ଯ୍ୟକ୍ରମରେ ଟ୍ରଷ୍ଟ ସଭାନେତ୍ରୀ ଶ୍ରୀମତୀ ରଞ୍ଜନା ମିଶ୍ର ଙ୍କ ପ୍ରୋତ୍ସାହନ ରେ ଏବଂ ଟ୍ରଷ୍ଟ ସଦସ୍ୟ/ ସଦସ୍ୟା ଯଥା ସୋନମ୍ ଦାସ, ସୁଜାତା ଆଚାର୍ଯ୍ୟ, ମୁରଲୀ ମୋହନ ଆଚାର୍ଯ୍ୟ, ଅଲେଖ ପାଳ, ଭି କଳ୍ପନା , ରିନା ପାଢ଼ୀ, ସସ୍ମିତା ପାଳ, ରାଜଶ୍ରୀ ଶତପଥୀ,ମନୋରଞ୍ଜନ ଚୌଧୁରୀ, ସୁଜାତା ମହାପାତ୍ର, ରାଗିଣୀ ସାହା,ପ୍ରିତମ୍ ଚାନ୍ଦ ତ୍ରିପାଠୀ,ସଞ୍ଜୟ କୁମାର ସାହୁ, ଭେଙ୍କଟ ରମଣ ସୁବୁଦ୍ଧି,ଅଶୋକ ମହାପାତ୍ର, ପ୍ରଦୀପ ସେଠୀ, ରବୀନ୍ଦ୍ର ନାଥ ମିଶ୍ର, ତରୁଣ ପାଢ଼ୀ, ବିଶ୍ଵନାଥ ପାତ୍ର, ରିତାଞ୍ଜଳି ସ୍ୱାଇଁ,ଅଶ୍ଵିନୀ ମହାନ୍ତି ଙ୍କ ସାହାଯ୍ୟ ଓ ସହଯୋଗରେ ଉକ୍ତ କାର୍ଯ୍ୟକ୍ରମ ସୁଚାରୁ ରୁପେ ସମ୍ପନ୍ନ ହୋଇଥିଲା। କାହ୍ନା ଚାରିଟେବୁଲ ଟ୍ରଷ୍ଟ ର ଏହି ପଦକ୍ଷେପ କୁ ସ୍ଥାନୀୟ ଜନ ସାଧାରଣ ଭୂରି ଭୂରି ପ୍ରଶଂସା କରିବା ସହ ଧନ୍ୟବାଦ୍ ଜଣାଇଥିଲେ।

Leave a Reply

Your email address will not be published. Required fields are marked *