ଦୁର୍ନୀତି ନିବାରଣ ସପ୍ତାହ ପାଳନ ଅବସରରେ ସଚେତନତା ରାଲି ଓ ବିଭିନ୍ନ ପ୍ରତିଯୋଗିତା

ଛତ୍ରପୁର ,ଗଞ୍ଜାମ ଜିଲ୍ଲାରେ ଦୁର୍ନୀତି ନିବାରଣ ସପ୍ତାହ ଚଳିତ ମାସ 28 ତାରିଖ ଠାରୁ ଆରମ୍ଭ ହୋଇ ଆସନ୍ତା ନଭେମ୍ବର 3 ତାରିଖ ପର୍ଯ୍ୟନ୍ତ ଚାଲୁ ରହିଛି । ଏହି ଅବସରରେ ଛତ୍ରପୁର ସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରୁ ଦୁର୍ନୀତି ନିବାରଣ ବିଭାଗ ଛତ୍ରପୁର ଆନୁକୂଲ୍ୟରେ ଏକ ସଚେତନତା ରାଲି ବାହାରି ଛତ୍ରପୁର ସହର ପରିକ୍ରମା କରିଥିଲା । ଅତିରିକ୍ତ ଜିଲ୍ଲାପାଳ ସୁଧାଂଶୁ କୁମାର ଭୋଇ ମୁଖ୍ୟ ଅତିଥି ରୂପେ ଯୋଗଦେଇ ଏହି ଶୋଭାଯାତ୍ରାର ଶୁଭାରମ୍ଭ କରିଥିଲେ । ଦୁର୍ନୀତି ନିବାରଣ ବିଭାଗୀୟ ଅଧିକାରୀ କ୍ରୀଷ୍ଣା କୁମାରୀ ପ୍ରଧାନଙ୍କ ପରିଚାଳନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରବି ନାରାୟଣ ବେହେରା, ଡେପୁଟି କଲେକ୍ଟର ରାଜେଶ କୁମାର ଇକ୍କା, ଆୟୁଷ ପତି ପ୍ରମୁଖ ସ୍ବୟଂସିଦ୍ଧା ମହିଳାଗଣ ଏହି ଶୋଭାଯାତ୍ରାରେ ଅଂଶ ଗ୍ରହଣ କରିଥିଲେ । ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟ ପରିସରରେ ବିଦ୍ୟାଳୟ ଓ ମହାବିଦ୍ୟାଳୟ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏଥିରେ ଡ. ଭି. ରାଜେନ୍ଦ୍ର ରାଜୁ, ଅରୁଣ କୁମାର ଶତପଥୀ ଓ ସଂଗ୍ରାମ କେଶରୀ ନନ୍ଦ ବିଚାରକ ଭାବେ ଯୋଗ ଦେଇଥିଲେ । ଉଚ୍ଚ ବିଦ୍ୟାଳୟ ସ୍ତରରେ ଅର୍ପିତା ମହାପାତ୍ର, ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଛତ୍ରପୁର ପ୍ରଥମ, ମନିଷା ସ୍ବାଇଁ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର, ଦ୍ବିତୀୟ ଓ ବସୁନ୍ଧରା ପାଣିଗ୍ରାହୀ ଦି ନିୟୁ ଏଜ୍ ୟୁରୋ ସ୍କୁଲ, ଛତ୍ରପୁର ତୃତୀୟ ସ୍ଥାନ ଅଧିକାର କରିଥିବା ବେଳେ ଉଚ୍ଚ ମାଧ୍ୟମିକ ସ୍ତରରେ ସ୍ତରରେ ଲିପ୍ସାରାଣୀ ଗୌଡ, ଜ୍ଞାନ ବିକାଶ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଗୋବିନ୍ଦପୁର ପ୍ରଥମ, ସ୍ନେହା ରଥ, ପ୍ରତିଭା ଆବାସିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଛତ୍ରପୁର ଦ୍ବିତୀୟ ଓ ଡି. କାଜଲ ପାତ୍ର ପ୍ରତିଭା ଆବାସିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଛତ୍ରପୁର ତୃତୀୟ ସ୍ଥାନ ଅଧିକାର କରିଥିଲେ । ସେହିପରି ମହାବିଦ୍ୟାଳୟ ସ୍ତରରେ ସ୍ତରରେ ଗାୟତ୍ରୀ ଶତପଥୀ ଯୁକ୍ତ 3 ଶ୍ରେଣୀ ସରକାରୀ ବିଜ୍ଞାନ ମହାବିଦ୍ୟାଳୟ, ଛତ୍ରପୁର ପ୍ରଥମ, ପବିତ୍ର ମୁଦୁଲୀ ଯୁକ୍ତ 3 ଶ୍ରେଣୀ ସରକାରୀ ବିଜ୍ଞାନ ମହାବିଦ୍ୟାଳୟ, ଛତ୍ରପୁର ଦ୍ବିତୀୟ ଓ ମଧୁସ୍ମିତା ନାୟକ ଯୁକ୍ତ 3 ଶ୍ରେଣୀ ମହିଳା ମହାବିଦ୍ୟାଳୟ, ଛତ୍ରପୁର ତୃତୀୟ ସ୍ଥାନ ଅଧିକାର କରିଥିଲେ । ସମସ୍ତ କୃତୀ ପ୍ରତାଯୋଗୀଙ୍କୁ ନଭେମ୍ବର 1 ତାରିଖ ଦିନ ୧୧.୦୦ମି. ସମୟରେ ଜିଲ୍ଲାପାଳଙ୍କ ସଦ୍ଭାବନା ସମ୍ମିଳନୀ କକ୍ଷରେ ଜିଲ୍ଲା ସ୍ତରୀୟ ଉତ୍ସବରେ ପୁରସ୍କୃତ କରାଯିବ । ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରବି ନାରାୟଣ ବେହେରାଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ସମସ୍ତ କାର୍ଯ୍ୟକ୍ରମ ପରିଚାଳନା କରାଯାଇଥିଲା l

Leave a Reply

Your email address will not be published. Required fields are marked *