ଅନ୍ତେବାସୀ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ସ୍ବାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ, ଶିକିଲିଙ୍ଗ ଚିହ୍ନଟ କୁ ଗୁରୁତ୍ବ ।

କନ୍ଧମାଳ ଜିଲ୍ଲା ପ୍ରଶାସନଙ୍କ ନିର୍ଦ୍ଧେଶ ଅନୁସାରେ ଅନୁସୂଚୀତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ଅଧିନସ୍ଥ ପ୍ରତ୍ୟେକ ଅନ୍ତେବାସୀ ବିଦ୍ୟାଳୟ ଗୁଡ଼ିକରେ ଛାତ୍ରଛାତ୍ରୀ ମାନଙ୍କୁ ସ୍ଵାସ୍ଥ୍ୟ ପରୀକ୍ଷା ଜାରି ରହିଥିବାବେଳେ ଆଜି ବୁଧବାର ଦିନ ଜିଲ୍ଲାର ଖଜୁରୀପଡ଼ା ବ୍ଲକ ଅଧିନସ୍ଥ ଆର,ନୂଆଗାଁ ପଞ୍ଚାୟତ ଅନ୍ତର୍ଗତ ରଣପାଟୁଳୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ସରୋଜ କୁମାର ସାହୁଙ୍କ ତତ୍ତ୍ଵାବଧାନରେ ସ୍ଵତନ୍ତ୍ର ସ୍ଵାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ କରାଯାଇ ସମସ୍ତ ଛାତ୍ରଛାତ୍ରୀ ମାନଙ୍କ ସ୍ଵାସ୍ଥ୍ୟ ପରୀକ୍ଷା କରାଯାଇଛି। ଏହାର ମୂଖ୍ୟ ଉଦ୍ଦେଶ୍ୟ ପ୍ରତ୍ୟେକ ଅନ୍ତେବାସୀ ବିଦ୍ୟାଳୟ ଗୁଡ଼ିକରେ (ସିକିଲିଂ) ପରୀକ୍ଷାକୁ ଗୁରୁତ୍ବ ଦିଆଯାଇଛି ଓ ଚିହ୍ନଟ କରାଯାଉଛି।ପୁର୍ବରୁ ୩ ମାସକୁ ଥରେ (RBSK) ରାଷ୍ଟ୍ରୀୟ ବାଲ ସ୍ବାସ୍ଥ୍ୟ କାର୍ଯ୍ୟକ୍ରମ ଚାଲିଥିଲା। କିନ୍ତୁ ଶିକିଲିଂକୁ ଗୁରୁତ୍ବ ଦିଆଯାଇ ଏହି ସ୍ବାସ୍ଥ୍ୟ ପରୀକ୍ଷା ଶିବିର ସ୍ଵତନ୍ତ୍ର ଭାବରେ ଚାଲିଥିବା ଜଣାପଡ଼ିଛି।ଆଜିର ଏହି ସ୍ବାସ୍ଥ୍ୟ ପରୀକ୍ଷା ଶିବିର ରେ ଆୟୁଷ ଡାକ୍ତର ହରପ୍ରିୟା ସେଠୀ,ଫାର୍ମାସୀ ଅଫିସର ସନ୍ତୋଷ ସେଠୀ, ଅନିଲ ବେହେରା, ANM RBSK କଲ୍ୟାଣୀ ସାହାଣୀ,ଏମ, ଭିକ୍ଟୋରିଆ କହଁର,ଛାତ୍ରଛାତ୍ରୀ ମାନଙ୍କ ଶିକିଲିଂ,ମେଲେରିଆ,ରକ୍ତ ହୀନତା,ଉଚ୍ଚତା,ଓଜନ ଓ ଝିଅ ମାନଙ୍କ ମାସିକ ଋତୁସ୍ରାବ ପରୀକ୍ଷା କରାଯାଇ ଶ୍ରଦ୍ଧା କ୍ଲିନିକ୍ କୁ ରେଫରାଲ କରାହୁଏ ଏହି ସମସ୍ତ ପରୀକ୍ଷା କରା ଯାଇଥିଲା। ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ANM ସସ୍ମିତା ମହାନ୍ତି,ମେଟ୍ରନ କଳ୍ପନା ସୁଲି ଓ ଶିକ୍ଷୟିତ୍ରୀ ବୀଣାପାଣି ମହାପାତ୍ର, ଶିକ୍ଷକ ସୁଧାଂଶୁ ଶେଖର ବେହେରା ପ୍ରମୁଖ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *