ଅକ୍ଟୋବର ମାସ ସରିଲା
ଅକ୍ଟୋବର ମାସ ସରିଲା
ଅକ୍ଟୋବର ମାସ ସରିଲା ରେ ଭାଇ ଅକ୍ଟୋବର ମାସ ସରିଲା
ସମସ୍ତ ଙ୍କ ମନେ ବାତ୍ୟା ରଭୟ ଆପେ ଆପେ ଦୂର ହୋଇଲା।
ଏହି ଅକ୍ଟୋବର ମହାବାତ୍ୟା ଯୋଗୁଁ ସହସ୍ର ଜୀବନ ହାରାଲା
ଅନେଶ୍ବତ ବାତ୍ୟା ବିଭିଷିକା ରୃପ କୋଟିଏ ହୃଦୟ ଧରିଲା
ଅକ୍ଟୋବର ମାସ ସରିଲା।
ଚାଷୀ କୁଳର ଫସଲ ସହିତ ଶସ୍ୟ କ୍ଷେତକୁ ସାଇଲା
ସମୁଦ୍ର କୁ ଶଙ୍ଖେ ଫସଲ ବୀମା ଯେ ଚାଷୀକୁଳ ଯେବେ ପାଇଲା
ଅକ୍ଟୋବର ମାସ ସରିଲା।
ଚଳିତ ବର୍ଷରେ ଲକ୍ଷ୍ମୀ ପୂଜା କୁ ବାତ୍ୟା “ଦାନା,”ଭାଇ ସାରିଲା
ଦୁର୍ଗା ଦେବୀ ଙ୍କ ର ପୃଜା ଭାଇ ଆନନ୍ଦ ଉଲ୍ଲାସେ ହୋଇଲା
ଅକ୍ଟୋବର ମାସ ସରିଲା।
ମହାକାଳୀ ଙ୍କ ରମହା ପୂଜା ଭାଇ ଅକ୍ଟୋବର ମାସେ ପଡ଼ିଲା
ଦୋକାନୀ ଭାଇ ଙ୍କ ବେପାର ବଣିଜ ଅନେକ ଅନେକ ବଢିଲା
ଅକ୍ଟୋବର ମାସ ସରିଲା।

ଶ୍ରୀ ହରିହର ସାହୁ
(ରାଜ୍ୟ, ପ୍ରକୃତି ବନ୍ଧୁ , ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଓ ଆନ୍ତର୍ଜାତୀୟ ପୁରସ୍କାର ପ୍ରାପ୍ତ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ)
ଇଲେଇଜଙ୍ଗ, ଗଁଦିଆ, ଢେଙ୍କାନାଳ, ଓଡ଼ିଶା ୭୫୯୦୧୬
