କୁନି ବିଜ୍ଞାନୀ ଙ୍କ ମଡେଲ ପ୍ରଦର୍ଶନ
ପ୍ରାକୃତିକ ବିପର୍ଯ୍ୟୟ ପ୍ରଶମନ ପ୍ରସ୍ତୁତି ଦିବସ ଅବସର ରେ ବିଡ଼ିଏ କଲୋନୀ ସ୍ଥିତ ସିଗମା ପବ୍ଲିକ ସ୍କୁଲ ରେ କୁନି ବୈଜ୍ଞାନିକ ମାନେ ବିଭିନ୍ନ ପ୍ରକାର ନମୁନା ପ୍ରଦର୍ଶନ କରିଥିଲେ। ସ୍କୁଲ ରେ ଆୟୋଜିତ ଇନସପୀୟାର ଏଣ୍ଡ୍ ଇଁନୋଭେଟିଭ କାର୍ଯ୍ୟକ୍ରମ ରେ ୧୧୨ଟି ମଡେଲ ପ୍ରଦର୍ଶିତ ହୋଇଥିଲା। ଅନୁଷ୍ଠାନ ର ଅଧକ୍ଷା ମମତାଞ୍ଜଳୀ ପଟ୍ଟନାୟକ ଙ୍କ ପୌରହିତ୍ୟ ରେ ଆୟୋଜିତ ଏହି କାର୍ଯ୍ୟକ୍ରମରକୁ ମୁଖ୍ୟଅତିଥି ଭାବେ ପ୍ରାଧ୍ୟାପକ ସୁବୋଧ କୁମାର ଜଗଦେବ ଏବଂ ପୌର ପରିଷଦ ଉପାଧ୍ୟକ୍ଷ ସୌରଜ୍ୟ ରଂଜନ ମହାନ୍ତି ଯୋଗଦେଇ ଉଦ୍ଘାଟନ କରିଥିଲେ। କୁନି ବିଜ୍ଞାନୀ ମାନେ ସେମାନଙ୍କ ପ୍ରକଳ୍ପ ସମ୍ପର୍କ ରେ ଉପସ୍ଥାପନ କରିଥିଲେ। ବିଭିନ୍ନ ପ୍ରକଳ୍ପ ମଧ୍ୟରେ ଜୈବିକ ଜାଳେଣି ଉପାଦେୟତା, ମୃତ୍ତିକା ସ୍ତର ଉପଯୋଗୀତା, ମନୁଷ୍ୟ ଶରୀର ଅଙ୍ଗ ପ୍ରତ୍ୟଙ୍ଗ ସୁରକ୍ଷା, ବାୟୁ ମଣ୍ଡଳ ରେ ଓଜନ ସ୍ତର ବୃଦ୍ଧି ପ୍ରଭାବ, ବାୟୁମଣ୍ଡଳ ସୁରକ୍ଷା, ଜଳ ସଂରକ୍ଷଣ , ସୌର ଶକ୍ତି ବିନିଯୋଗ ଇତ୍ୟାଦି ଶ୍ରେଷ୍ଠ ପ୍ରକଳ୍ପ ରୂପରେ ବିଚାରପତି ଙ୍କ ଦ୍ଵାରା ମନୋନୀତ ହୋଇ ଥିଲା। ଶ୍ରେଷ୍ଠ କୁନି ବିଜ୍ଞାନୀ ଭାବେ ନୟନି କା ପଟ୍ଟନାୟକ, ସାଇ ଆର୍ଯ୍ୟାନ୍ ମହାନ୍ତି, ସାଇରଜ୍ ଦାସ, ଆଦ୍ୟଶ୍ରି ମହାପାତ୍ର, ବିଷ୍ଣୁ ପ୍ରସାଦ ସେଠି, ଯିନିତ୍ ଦାସ, ଅଭିପସା ନରେନ୍ଦ୍ର, ସାଇରାଜ୍ ଦାସ ପ୍ରମୁଖ ଅତିଥି ଙ୍କ ଠାରୁ ମାନପତ୍ର ଏବଂ ପୁରସ୍କାର ଗ୍ରହଣ କରିଥିଲେ। ସ୍କୁଲ ର ଶିକ୍ଷକ ବିରଞ୍ଚି ନାରାୟଣ ପଣ୍ଡା, ଦୀପ୍ତି ରଞ୍ଜନ ରଣା, ସୌମ୍ୟ ଲଗ୍ନା ମହାନ୍ତି, ସନ୍ଧ୍ୟା ରାଣୀ ବିଶ୍ଵାଳ, ସୁମିତ୍ରା ତ୍ରିପାଠୀ ତୁଷାର ରଂଜନ ମହାନ୍ତି ପ୍ରମୁଖ ଏହି କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ
