ଶ୍ରୀଜଗନ୍ନାଥ ଙ୍କ ସମ୍ପର୍କରେ ଚିତ୍ରକଳା ପ୍ରଦର୍ଶନୀ ଉଦଘାଟିତ।

ପୁରୀ , ଆଜି ଅପରାହ୍ନ ରେ ସଂସ୍କୃତି ଭବନ ସ୍ଥିତ ରେଜିଓନାଲ ଆର୍ଟ ଗ୍ୟାଲେରୀ ରେ ଶିଳ୍ପୀ ସନ୍ତୋଷ ସେଠୀ ଙ୍କ ଦ୍ଵାରା ପ୍ରସ୍ତୁତ ମୋ ମନର ଜଗନ୍ନାଥ ଶୀର୍ଷକ ଏକ ଚିତ୍ରକଳା ପ୍ରଦର୍ଶନୀ ଉଦଘାଟିତ ହୋଇ ଥିଲା।ଏହାକୁ ଉଦଘାଟନ କରି ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ କୈଳାସ ଚନ୍ଦ୍ର ନାୟକ ପ୍ରତ୍ୟେକ କଳାକାର ଜଣେ ଜଣେ ଦିବ୍ୟ ପ୍ରତିଭାର ଅଧିକାରୀ।ସେମାନଙ୍କ ସାଧନା ଓ ପରିଶ୍ରମ ବଳରେ ସେମାନେ ସମାଜ ରେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥାନ୍ତି।କଳାକାର ସନ୍ତୋଷ ଙ୍କ ଚିତ୍ର ଗୁଡିକ ଏତେ ଜୀବନ୍ତ ଓ ଆକର୍ଷଣୀୟ ଯେ ତାହା ଦର୍ଶକ କୁ ବାରମ୍ବାର ଆକୃଷ୍ଟ କରୁଛି ବୋଲି କହିଥିଲେ।

ଏହି ଉଦଘାଟନ ସମୟରେ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ, ପୌର ନିର୍ବାହୀ ଅଧିକାରୀ ଅଭିମନ୍ୟୁ ବେହେରା, ସୂଚନା ଓ ଲୋକ ସମ୍ପର୍କ ଉପ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ, ଜିଲ୍ଲା ସଂସ୍କୃତି ଅଧିକାରୀ ହେମନ୍ତ ବେହେରା,ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ହିମାଂଶୁ ସମରଥ,ବରିଷ୍ଠ ଶିଳ୍ପୀ ଚନ୍ଦ୍ର ଶେଖର ମହାରଣା,ଆର୍ଟ ଗ୍ୟାଲେରୀ ତତ୍ତ୍ୱାବଧାରକ ସତ୍ୟ ପାଢ଼ୀ ଅନ୍ୟାନ୍ୟ କଳାକାର ଓ ଦର୍ଶକ ଉପସ୍ଥିତ ଥିଲେ।ଏହି ପ୍ରଦର୍ଶନୀ ନଭେମ୍ବର ୭ ତାରିଖ ପର୍ଯ୍ୟନ୍ତ ଜାରି ରହିବ।ପ୍ରତ୍ୟହ ଦିବା ୧୧ ଘଟିକା ରୁ ସଂଧ୍ୟା ୬ ଘଟିକା ପର୍ଯ୍ୟନ୍ତ ଏହି ପ୍ରଦର୍ଶନୀ ଖୋଲା ରହିବ ବୋଲି ଶିଳ୍ପୀ ସନ୍ତୋଷ ସେଠୀ ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *