ବିଶ୍ବ ହିନ୍ଦୁ ପରିଷଦ ବଜରଙ୍ଗ ଦଳର ତରଫରୁ ରକ୍ତ ଦାନ ଶିବିର ଅନୁଷ୍ଠିତ
ବିଶ୍ବହିନ୍ଦୁ ପରିଷଦ, ବଜରଙ୍ଗ ଦଳ ଭଦ୍ରକ ଜିଲ୍ଲା ତରଫରୁ ଆଜି ଭଦ୍ରକ ଜିଲ୍ଲା ମୂଖ୍ୟ ଚିକିତ୍ସାଳୟ ରେ ହୃତାତ୍ମା ଦିବସ ପାଳନ ଅବସରରେ ୫୧ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା ଯାହା ଶ୍ରୀରାମ ଜନ୍ମଭୂମି ମୁକ୍ତି ଆନ୍ଦୋଳନ ରେ ବୀରଗତି ପ୍ରାପ୍ତ ହୋଇଥିବା ସନତନୀ ହିନ୍ଦୁ ବୀର ମାନଙ୍କ ନିମନ୍ତେ ସମର୍ପିତ। ଏହି କାର୍ଯ୍ୟକ୍ରମ ପ୍ରତି ବର୍ଷ ବଜରଙ୍ଗ ଦଳ ର ଯୁବାଶକ୍ତି ମାନଙ୍କ ଦ୍ଵାରା ରକ୍ତଦାନ କାର୍ଯ୍ୟକ୍ରମ ନଭେମ୍ବର ୨ ତାରିଖ ରେ ଅନୁଷ୍ଠିତ ହୁଏ ଏହି କାର୍ଯ୍ୟକ୍ରମ କୁ ଭଦ୍ରକ ଜିଲ୍ଲା ଜିଲ୍ଲା ମୂଖ୍ୟ ଚିକିତ୍ସା ଅଧିକାରୀ ମାନନୀୟ ସୁଧାଂଶୁ ଶେଖର ବଳ ଉଦ୍ଘାଟନ କରିଥିଲେ ଏତେତ ବ୍ୟତୀତ ବଜରଙ୍ଗ ଦଳ ପ୍ରାନ୍ତ ମିଳନ କେନ୍ଦ୍ର ପ୍ରମୁଖ ଶ୍ରୀମାନ ବିପିନ ବିହାରୀ ପଣ୍ଡା, ଜିଲ୍ଲା ସମ୍ପାଦକ ବସନ୍ତ କୁମାର ରାଉତ୍, ବିଭାଗ ସମ୍ପାଦକ ବିଜୟ କୁମାର ସିହ୍ନା, ଜିଲ୍ଲା ସହ ସମ୍ପାଦକ ଶିବ ସୁନ୍ଦର ଦାସ, ଜିଲ୍ଲା କୋଷାଧ୍ୟକ୍ଷ ଭୀମସେନ ପାଣି, ଜିଲ୍ଲା ବିଧି ପ୍ରକୋଷ୍ଠ ପ୍ରମୁଖ ଶ୍ରୀକାନ୍ତ ତ୍ରିପାଠୀ, ବଜରଙ୍ଗ ଦଳ ଜିଲ୍ଲା ସୁରକ୍ଷା ପ୍ରମୁଖ ଅଶୋକ ଲେଙ୍କା, ଜିଲ୍ଲା ବିଦ୍ୟାର୍ଥୀ ପ୍ରମୁଖ ଖିତିସ୍ ଚନ୍ଦ୍ର ରାଉତ, ଜିଲ୍ଲା ବଳ ଉପାସନା ପ୍ରମୁଖ ଦଶରଥ ସାହୁ, ଜିଲ୍ଲା ମିଳନ କେନ୍ଦ୍ର ପ୍ରମୁଖ ରଞ୍ଜିତ କୁମାର ପୃଷ୍ଟି,ନଗର ସଂଯୋଜକ ବ୍ୟୋମକେଶ ମହାନ୍ତି ଓ ଅନ୍ୟମାନେ ରକ୍ତଦାନ କରିବା ସହ ପରିଚାଳନା କରିଥିଲେ l
