ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ ଉପଲକ୍ଷେ ପଦଯାତ୍ରା

ଅକ୍ଟୋବର ୨୮ ରୁ ନଭେମ୍ବର ୩ ପର୍ଯ୍ୟନ୍ତ ଦେଶ ତମାମ୍ ପାଳନ କରାଯାଉଥିବା ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ ଅବସରରେ ଭଦ୍ରକ ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି ।ଏହି ପରିପ୍ରେକ୍ଷୀରେ ଜିଲ୍ଲା ପ୍ରଶାସନ ଦ୍ଵାରା ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ନଭେମ୍ବର ୨ ତାରିଖ ଶନିବାର ଦିନ ସକାଳ ୮.୩୦ ଘଟିକାରେ ଜିଲ୍ଲା କାର୍ଯ୍ୟାଳୟରୁ ଟାଉନ୍ହଲ ପର୍ଯ୍ୟନ୍ତ ଏକ ପଦଯାତ୍ରା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଜିଲ୍ଲାପାଳ ଦିଲୀପ ରାଉତରାଏ ପତାକା ପ୍ରଦର୍ଶନ ପୂର୍ବକ ଏହି ପଦଯାତ୍ରା ପରିକ୍ରମାର ଶୁଭାରମ୍ଭ କରିଥିଲେ । ଜିଲ୍ଲା ଶିକ୍ଷାଧୁକାରୀ ଅକ୍ରୂର ଚରଣ ବାରିକ, ଦୁର୍ନୀତି ନିବାରଣ ବିଭାଗର ଉପ ଆରକ୍ଷୀ ଅଧୀକ୍ଷକ ଦୁଷ୍ମନ୍ତ କୁମାର ନାୟକ, ଇନିସ୍ପେକ୍ଟର ବଙ୍କିମ୍ ବାଓ୍ବାଲି, ମିଶନ ଶକ୍ତି ଜିଲ୍ଲା ପ୍ରକଳ୍ପ ସଂଯୋଜକ ଅଭିକ୍ ନାରାୟିନ, କାର୍ଯ୍ୟକ୍ରମର ଆବାହକ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରମେଶ ଚନ୍ଦ୍ର ନାୟକ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଭଦ୍ରକ ସରକାରୀ ଉଚ୍ଚ ବିଦ୍ୟାଳୟର ଛାତ୍ର ଛାତ୍ରୀ, ଜିଲ୍ଲାସ୍କୁଲ ର ଛାତ୍ର ଏବଂ ମିଶନ ଶକ୍ତିର ମହିଳାମାନେ ଏହି ପଦଯାତ୍ରାରେ ସାମିଲ ହୋଇ ଦୁର୍ନୀତି ନିବାରଣ ସଚେତନତା ବାର୍ଭା ସମ୍ବଳିତ ପ୍ଲାକାର୍ଡ଼, ବ୍ୟାନର ପ୍ରଦର୍ଶନ କରି ସ୍ଲୋଗାନ୍ ଦେଇ ଜନସାଧାରଣଙ୍କୁ ସଚେତନ କରାଇଥିଲେ । ଭଦ୍ରକ ସରକାରୀ ଉଚ୍ଚ ବିଦ୍ୟାଳୟର ସହକାରୀ ଶିକ୍ଷକ ମନୋଜ କୁମାର ସାହୁ, ଜିଲ୍ଲା ସ୍କୁଲର ଶିକ୍ଷକ ମୁରାଦ ଅଲ୍ଲୀଖାନ୍ ଏବଂ ବ୍ୟାଣ୍ଡବାଦନ ଶିକ୍ଷକ ସତ୍ୟନାରାୟଣ ମଲ୍ଲିକ୍, ମିଶନ ଶକ୍ତିର କର୍ମଋରୀ ରାଜୀବ ଲୋଚନ ବେହେରା ପ୍ରମୁଖ ଏହି ପଦଯାତ୍ରା ଆୟୋଜନରେ ଆନୁଷଙ୍ଗିକ ସହଯୋଗ କରିଥିଲେ । ଜିଲ୍ଲାସ୍କୁଲର ବ୍ୟାଣ୍ଡବାଦନ ପଦଯାତ୍ରାକୁ ବେଶ୍ ଆକର୍ଷଣୀୟ କରିଥିଲା ।

Leave a Reply

Your email address will not be published. Required fields are marked *