୬ଷ୍ଠ ଆରମ୍ଭ ମହୋତ୍ସବ ୨୦୨୫ ର ପ୍ରଥମ ପ୍ରସ୍ତୁତି ବୈଠକ ମା ମଶାଣିଚଣ୍ଡୀ ମନ୍ଦିର ପ୍ରାଙ୍ଗଣରେ
ପୁରୀ , ଶନିବାରସିନେ ଅଭିନେତା ସମିର୍ କୁମାର ଶତପଥୀ ଙ୍କ ଅଧ୍ୟକ୍ଷ ରେ ଅନୁଷ୍ଠାନ ର ପ୍ରତିଷ୍ଠାତା ବରିଷ୍ଟ ସେବାୟତ ଶ୍ରୀ ଗୋପାଳ ଚନ୍ଦ୍ର ଖୁଣ୍ଟିଆ ,ବରିଷ୍ଟ ସମାଜସେବୀ ଶ୍ରୀ ପ୍ରଦୀପ୍ତ କୁମାର ମିଶ୍ର,ପୁରୀ ସଦର ବ୍ଲକ ର ଅଧ୍ୟକ୍ଷ ଶ୍ରୀ ଦିବାକର ପାତ୍ର, ଭାରତୀୟ ଜନତାପାର୍ଟି ର ପୁରୀ ଜିଲ୍ଲା ସମ୍ପାଦକ ଶ୍ରୀ ଉମାକାନ୍ତ ନାୟକ,ବରିଷ୍ଟ ସେବାୟତ ଶ୍ରୀ ମଧୁସୂଦନ ସିଂହାରୀ, ଓ ଯୁବ ସଂଗଠକ ଶ୍ରୀ ଅଭିନାସ୍ ମିଶ୍ରଙ୍କ ଉପସ୍ଥିତି ରେ ଶ୍ରୀକ୍ଷେତ୍ର ଲକ୍ଷ୍ମୀ ପ୍ରତିଯୋଗିତା ପାଇଁ ପୁରୀ ଜିଲ୍ଲାର ସମଗ୍ର ୧୧ ଗୋଟି ବ୍ଲକ୍ ମଧ୍ୟ ରୁ ପ୍ରଥମ ପ୍ରଜ୍ୟାୟ ରେ ନିମାପଡ଼ା,ଗୋପ,ପିପିଲି,ସତ୍ୟବାଦୀ,ବ୍ରହ୍ମଗିରି,ପୁରୀ ସଦର ବ୍ଲକ କୁ ନେଇ ଚଳିତ ନଭେମ୍ବର ମାସ ଠାରୁ କାର୍ଯ୍ୟକ୍ରମ ବିଭିନ୍ନ ବ୍ଲକ୍ ରେ ଆରମ୍ଭ କରାଯିବ।ଆସନ୍ତା ୨୦୨୫ ଫେବୁଆରି ମାସରେ ପୁରୀ ଶରଧାବାଲି ମୁକ୍ତାକାଶ ରଙ୍ଗମଞ୍ଚ ରେ ବାର୍ଷିକ ଉତ୍ସବ ଓ କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ବିତରଣ କରାଯିବ। ଏହି ମହୋତ୍ସବ ବଲିଉଡ୍ ଓ ଓଲିଉଡ କଳାକାର ମାନଙ୍କୁନେଇ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ମାନ କରାଯିବାର ନିଷ୍ପତି ଗ୍ରହଣ କରାଯାଇଥିଲା ଏହି ପ୍ରସ୍ତୁତି ବୈଠକ ରେ ୬ ଗୋଟି ବ୍ଲକ୍ ର ମହିଳା ପ୍ରତିନିଧିମାନେ ଯୋଗିଦାନ କରି ସେମାନଙ୍କର ସୁଚିନ୍ତିତ ମତାମତ ଉତ୍ସର୍ଗ ସହିତ ଆଗାମୀ ଦିନ ମାନଙ୍କରେ ପୂର୍ଣ୍ଣ ସହଯୋଗ ର ପ୍ରତିଶ୍ରୁତି ପ୍ରଦାନ କରିଥିଲେ।ଉକ୍ତ ବୈଠକ ରେ ଅନୁଷ୍ଠାନର ସାଧାରଣ ସମ୍ପାଦକ ଶ୍ରୀ ଦେବସିସ୍ ସିଂ, ସମେତ ସୁଜିତ୍ ରାଉତରାୟ , ରାକେଶ ଜେନା,ଜ୍ୟୋତି ରଞ୍ଜନ ମେକାପ,ପ୍ରଣୟ ରଣ ସିଂ, ଗଣେଶ୍ୱର ଦାସ୍, ସୌମ୍ୟରଞ୍ଜନ ମିଶ୍ର, ପ୍ରଭୁପାଦ ମହାପାତ୍ର, ଓ ସନ୍ତୋଷ ବିନ୍ଧାଣି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ, ପରିଶେଷରେ ଶ୍ରୀ ଆଶୁତୋଷ ପଟ୍ଟନାୟକ ରାଜ୍ୟ ଚଳଚ୍ଚିତ୍ର ନିର୍ମାତା ଓ ନିର୍ଦ୍ଦେଶକ ଧନ୍ୟବାଦ୍ ପ୍ରଦାନ କରିବା ପରେ ମା ଙ୍କ ପ୍ରସାଦ ସେବନରେ ସମସ୍ତେ ଭାଗ ନେଇଥିଲେ l
