ହିଞ୍ଜିଳି ବ୍ଲକ ଦୁର୍ନୀତିରେ ଉବୁଡୁବୁ
ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ହିଞ୍ଜିଳି ବ୍ଲକ ଦୁର୍ନୀତିରେ ଉବୁଡୁବୁ। ହିଞ୍ଜିଳି ବ୍ଲକ ଅନ୍ତର୍ଗତ ବିଭିନ୍ନ ପଞ୍ଚାୟତ ଦୁର୍ନୀତିରେ ପରିପୂର୍ଣ୍ଣ। ସୂଚନା ଅନୁଯାୟୀ ହିଞ୍ଜିଳି ବ୍ଲକ ଅନ୍ତର୍ଗତ ମକରଝୋଳ ପଞ୍ଚାୟତ ରେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ହୋଇଥିବା ଦେଖିବାକୁ ମିଳିଛି। ହେଲେ ସବୁ କାର୍ଯ୍ୟରେ ଘୋଟଲା ହୋଇଛି। ଏଠି ପ୍ରଶ୍ନ ଉଠୁଛି ଦୁର୍ନୀତି କୁ ପ୍ରଶ୍ରୟ ଦେଉଛି କିଏ ? ନା କାର୍ଯ୍ୟ ଦାୟିତ୍ୱରେ ଥିବା ସରକାରୀ ବାବୁମାନେ ଦୁର୍ନୀତିକୁ ପ୍ରଶ୍ରୟ ଦେଉଛନ୍ତି।ପୂର୍ବ ସରକାରରେ ବା ନବୀନ ବାବୁ ସରକାର ରେ ଥିବା ସମୟରେ ଦୁର୍ନୀତିର ବାସ୍ନା ବାଜିବା କ୍ଷଣି ତୁରନ୍ତ ବିଭାଗୀୟ ଅଧିକାରୀ ଅବା ଯିଏ ବି ସରକାରୀ ବାବୁ ଦୁର୍ନୀତିରେ ଲିପ୍ତ ଥିବା ଜାଣୁଥିଲେ ତାକୁ ତୁରନ୍ତ ଚାକିରୀ କ୍ଷେତ୍ରରୁ ବିଦାୟ କରିଦେଉଥିଲେ।

ତେବେ ଏବେ ଦେଖିବାକୁ ବାକି ରହିଲା ଏ ବିଜେପି ସରକାର ବା ମୋହନ ସରକାରରେ କେବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେଉଛି।ଦୁର୍ନୀତି କରୁଥିବା ବା ଦୁର୍ନୀତିକୁ ପ୍ରଶ୍ରୟ ଦେଉଥିବା ସରକାରୀ ବାବୁ ମାନଙ୍କ ଉପରେ କେବେ ବିଜେପି ସରକାର ଛାଟ ବାଜିବ । କେବେ ନଜର ପଡ଼ିବ ପଞ୍ଚାୟତ ରାଜ ମନ୍ତ୍ରୀଙ୍କ ନଜର ହିଞ୍ଜିଳି ବ୍ଲକରେ ତାହା ଦେଖିବାକୁ ବାକି ରହିଲା।
ରିପୋର୍ଟ -ସୁରେନ୍ଦ୍ର ନାୟକ, ଗଞ୍ଜାମ ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି,
