ଦୁର୍ନୀତି ନିବାରଣ ସପ୍ତାହ ପାଳନ ଏଵଂ ସଚେତନତା ବୃଦ୍ଧି
ଗୋପବନ୍ଧୁ ନଗର, ୨/୧୧ ( ) – ଗୋପବନ୍ଧୁ ନଗର ବ୍ଲକ କୁଆମରା ସାରସ୍ଵତ ସ୍ନାତକ ମହାବିଦ୍ୟାଳୟରେ ଅଧ୍ୟକ୍ଷ ଡ଼ଃ ସୁବଳ ଦାସଙ୍କ ଅଧ୍ୟକ୍ଷତାରେ ଦୁର୍ନୀତି ନିବାରଣ ସପ୍ତାହ ପାଳିତ ହୋଇଛି । ଅଧ୍ୟାପକ ଅଶ୍ଵିନୀ କୁମାର ପ୍ରଧାନ ଛାତ୍ରଛାତ୍ରୀଙ୍କୁ ଭବିଷ୍ୟତରେ ସୁସ୍ଥ ସମାଜ ଗଠନ ନିମନ୍ତେ ଦୁର୍ନୀତି ଠାରୁ ଦୂରେଇ ରହିବାକୁ ଶପଥ ପାଠ କରାଇଥିଲେ । ଏହି ଅବସରରେ ଡିଗ୍ରୀ ମହାବିଦ୍ୟାଳୟ ପରିଚାଳନା କମିଟିର ସଭାପତି ପ୍ରାକ୍ତନ ଶିକ୍ଷକ ମନମୋହନ ମହାପାତ୍ର, ଅଧ୍ୟାପିକା ଡ଼ଃ ମିତାରାଣୀ ଦ୍ବିବେଦୀ,

ଅଧ୍ୟାପକ ପ୍ରଦୀପ କୁମାର ପଣ୍ଡା, ଅବନୀ ମହାନ୍ତି, ଗୋପୀନାଥ ପଣ୍ଡା, ରାଜଲକ୍ଷ୍ମୀ ବେହେରା, ରଶ୍ମୀତା ମହାରଣା, ସାମ୍ବାଦିକ ନିମାଇଁ ପ୍ରସାଦ ଦାସ ପ୍ରମୁଖ ସାଧାରଣ ଜନଜୀବନ ଉପରେ ଦୁର୍ନୀତିର କୁପ୍ରଭାବ ବିଷୟରେ ବକ୍ତବ୍ୟ ରଖିଥିଲେ । ଛାତ୍ରଛାତ୍ରୀଙ୍କୁ ନେଇ ଏକ ଶୋଭାଯାତ୍ରା ନିକଟସ୍ଥ ବଜାର ଓ ଗ୍ରାମ ପରିକ୍ରମା କରି ଦୁର୍ନୀତି ନିବାରଣ ସମ୍ପର୍କରେ ସଚେତନତା ସୃଷ୍ଟି କରିଥିଲେ ।
